ଲଣ୍ଡନରେ ବିବାହ କଲେ ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜଇ

ଲଣ୍ଡନ: ଲଣ୍ଡନରେ ବିବାହ କଲେ ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜଇ । ମଲାଲା ୟୁସୁଫଜଇ ମଙ୍ଗଳବାର ଦିନ ଟ୍ୱିଟ କରି ଏହି ବିଷୟ ଜଣାଇଛନ୍ତି । ସ୍ୱାମୀ ଆସିରଙ୍କ ସହିତ ସେ ନିଜର ବିବାହ ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି । ଟ୍ୱିଟରରେ ମଲାଲା କହିଛନ୍ତିଯେ, ଆଜି ଦିନଟି ମୋ ଜୀବନ ପାଇଁ ଅମୂଲ୍ୟ । ଜୀବନ ସାଥୀ ହେବା ପାଇଁ ଆସେର ଓ ମୁଁ ବିବାହ ବନ୍ଧନରେ ଆବଦ୍ଧ ହେଲୁ । ୨୦୧୨ ମସିହାରେ ମଲାଲା ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ । ମହିଳାଙ୍କ ଶିକ୍ଷା ଅଧିକାର ପାଇଁ ସେ ସ୍ୱର ଉତ୍ତୋଳନ କରି ଆଫଗାନିସ୍ତାନରେ ତାଲିବାନର ଆକ୍ରମଣର ଶିକାର ହୋଇଥିଲେ । ସୂଚନାଯୋଗ୍ୟ, ୨୪ ବର୍ଷୀୟ ମଲାଲା ୟୁସୁଫଜଇ ହେଉଛନ୍ତି ନାରୀ ଶିକ୍ଷାକୁ ସମର୍ଥନ କରୁଥିବା ଜଣେ ପାକିସ୍ତାନୀ ସାମାଜିକକର୍ମୀ ଏବଂ ଇତିହାସରେ ସର୍ବକନିଷ୍ଠ ନୋବେଲ୍ ପୁରସ୍କାର ବିଜୟିନୀ ।

ଶିକ୍ଷା ପାଇଁ ବାଳିକାମାନଙ୍କର ମୌଳିକ ଅଧିକାର ସପକ୍ଷରେ ପ୍ରଚାର କରୁଥିବାବେଳେ ୨୦୧୨ରେ ଉତ୍ତର ପାକିସ୍ତାନରେ ତାଲିବାନମାନେ ତାଙ୍କ ମୁଣ୍ଡରେ ଗୁଳି ମାରିଥିଲେ । ସେହି ସମୟରେ ସେ ସମଗ୍ର ବିଶ୍ୱରେ ସୁପରିଚିତା ହୋଇଯାଇଥିଲେ । ଶିକ୍ଷାରେ ଲିଙ୍ଗଗତ ସମାନତାର ଆବଶ୍ୟକତା ଉପରେ ଜାତିସଂଘ ମୁଖ୍ୟାଳୟରେ ଭାଷଣ ଦେବା ବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା । ମଲାଲାଙ୍କ ଉପରେ ଆକ୍ରମଣ ଯୋଗୁଁ ହିଁ ପାକିସ୍ତାନ ପ୍ରଥମ ଶିକ୍ଷା ଅଧିକାର ବିଲ ପ୍ରସ୍ତୁତ କରିଥିଲା । ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ଏବଂ ତା’ପରର ପ୍ରସଙ୍ଗକୁ ଆଧାର କରି ସେ ‘ଆଇ ଆମ୍‌ ମଲାଲା’ (ମୁଁ ମଲାଲା) ଶୀର୍ଷକ ପୁସ୍ତକଟିଏ ପ୍ରକାଶ କରିଥିଲେ ।

Leave a Reply

Your email address will not be published.