ୟୁକ୍ରେନ୍‌ର ରାଜଧାନୀ ନିକଟରେ ଗୁଳିମାଡ଼, ୬୦ ସୈନ୍ୟ ମୃତ

ନୂଆଦିଲ୍ଲୀ (ନାଗରାଜ ନ୍ୟୁଜ): ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନ୍ ଦାବି କରିଛି ଯେ, ରୁଷିଆର ସେନା ବିମାନକୁ ଧ୍ୱଂସ କରାଯାଇଛି । ମାତ୍ର ବିମାନରେ ଧ୍ୱଂସ କରିବାକୁ ନେଇ ରୁଷିଆ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇ ନାହିଁ । ଏଥି ସହିତ ୟୁକ୍ରେନ ଦାବି କରିଛି ଯେ, ଫେବ୍ରୁଆରୀ ୨୫ ତାରିଖରେ ୬୦ ଜଣ ରୁଷିଆର ସୈନିକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍ ଏବେ ରୁଷିଆର ସେନା ବିମାନ ଉପରେ ଦ୍ୱିତୀୟ ଥର ଆକ୍ରମଣ କରିଥିବା କହିଛି । ୟୁକ୍ରେନ୍‌ର ସେନା ପକ୍ଷରୁ କୁହାଯାଇଛି ଯେ, ଆକ୍ରମଣର ୨ୟ ଦିନ ଅର୍ଥାତ ଫେବ୍ରୁଆରୀ ୨୫ରେ ୬୦ ଜଣ ରୁଷୀୟ ସୈନିକଙ୍କୁ ନିହତ କରାଯାଇଛି । ଏହା ରାଜଧାନୀ କିଭ୍ ଠାରୁ ୪୦ କିଲୋମିଟର ଦୂର ଦକ୍ଷିଣରେ ଘଟିଛି । ଭାସିଲକିଭ୍‌ରେ ରୁଷିଆର ସୈନିକମାନେ ବେଆଇନ ଭାବେ ପ୍ରବେଶ କରିଥିଲେ । ୟୁକ୍ରେନ ଦାବି କରିଛି ଯେ, ୩୭ ହଜାର ଜନସଂଖ୍ୟା ବିଶିଷ୍ଟ ସହର ‘ଭାସିଲକିଭ’ରେ ରୁଷିଆର ପାରଟ୍ରୁପ୍‌ସ ଆକ୍ରମଣ କରିଥିଲା । ଫଳରେ ୟୁକ୍ରେନ୍ ସେନା ସହିତ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା ।

ରୁଷିଆର ଲଗାତାର ଆକ୍ରମଣ ଓ ରାଜଧାନୀ କିଭ୍‌କୁ ଘେରାଯିବା ପରେ ରାଷ୍ଟ୍ରପତି ଜେଲେନସ୍କି ନିଜ ଦେଶ ୟୁକ୍ରେନ୍‌ରେ ହିଁ ରହିଛନ୍ତି । ଶୁକ୍ରବାର ରାତିରେ ଏକ ଭିଡିଓ ମାଧ୍ୟମରେ ଏହା ସ୍ପଷ୍ଟ ହୋଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଜେଲେନ୍‌ସ୍କି ଏହି ଭିଡିଓକୁ ଜାରି କରିଛନ୍ତି ।

Leave a Reply

Your email address will not be published.