ଆସିପାରେ ଆଉ ଏକ ଭାରିଆଣ୍ଟ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): କରୋନାର ତୃତୀୟ ଦୁର୍ବଳ ହୋଇଥାଇପାରେ, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚଓ ଚେତାବନୀ ଦେଇଛି ଯେ ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । କୋଭିଡ-୧୯ ର ଆଉ ଏକ ନୂଆ ଭାରିଆଣ୍ଟ ଆସିପାରେ । ଏନେଇ ସଚେତନ ହେବା ନିହାତି ଆବଶ୍ୟକ । କାରଣ ଭାଇରସର ମ୍ୟୁଟେସନ୍ ଏବେବି ଚାଲିଛି । ଡବ୍ଲ୍ୟୁଏଚଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ଵାମୀନାଥନ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତିଯେ, କରୋନା ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଏଥିପ୍ରତି ସଜାଗ ରହିବା ଆବଶ୍ୟକ ।

ଏଥିରେ ଅନେକ ଭିନ୍ନ ଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିଛି, ସୌମ୍ୟ ସ୍ଵାମୀନାଥନଙ୍କ ପୂର୍ବରୁ ଡବ୍ଲ୍ୟୁଏଚଓର କୋଭିଡ୍-୧୯ ଟେକ୍ନିକାଲ୍ ମୁଖ୍ୟ ମାରିଆ ବେନ୍ ଚେତାବନୀ ଦେଇଥିଲେ ଡେଲଟା କିମ୍ବା ଓମିକ୍ରନ କରୋନାର ଶେଷ ଭାରିଆଣ୍ଟ ନୁହଁନ୍ତି । ସେ କହିଥିଲେ, ‘ଆମେ ଏହି ଭାଇରସ୍ ବିଷୟରେ ବହୁତ କିଛି ଜାଣିଛୁ, କିନ୍ତୁ ସବୁକିଛି ଜାଣିଛୁ, ଏହା କହିବା ଅର୍ଥହୀନ ହେବ । ଆମେ ଭାଇରସର ଗତିବିଧି ଉପରେ ନଜର ରଖିଛୁ । କିନ୍ତୁ ଏହାର ମ୍ୟୁଟେସନ୍ ଅନେକ ଉପାୟରେ ଘଟୁଛି, ଯେଉଁଥିରୁ ଓମିକ୍ରନ୍ ଏହାର ସର୍ବଶେଷ ପ୍ରକାର ଅଟେ ଏବଂ ଏହା ଅବଶ୍ୟ ଶେଷ ପ୍ରକାର ହେବ ନାହିଁ । ଏହାପରେ ଅନ୍ୟ ଭାରିଆଣ୍ଟ ଆସିପାରନ୍ତି । ଟିକାକରଣକୁ ବୃଦ୍ଧି କରିବା ଆବଶ୍ୟକ । ଓମିକ୍ରନକୁ ଆଧାର କରି ଡବ୍ଲ୍ୟୁଏଚଓ କରୋନାର ଅନ୍ୟ ଭେରିଏଣ୍ଟ ଉପରେ ନଜର ରଖିଛି। କରୋନାର ବିଏ.୨ ରୂପ ବିଏ.୧ ଠାରୁ ଅଧିକ ବେଗରେ ଗତି କରୁଛି ।

Leave a Reply

Your email address will not be published.