ଆମ୍ବୁଲାନ୍ସ ଓ ଟ୍ରଲର ମୁହାଁମୁହିଁ ଧକ୍କା, ୨ ମୃତ, ଜଣେ ଗୁରୁତର ଆହତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଦାଣ୍ଡ କାଳୀ ମନ୍ଦିର ସାମ୍ନାରେ ଏକ ଦୁର୍ଘଟଣା ଘଟିଛି । ଏକ ଟ୍ରଲର ଆମ୍ବୁଲାନ୍ସ ସହ ଧକ୍କା ହେବ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ଦୁଇ ଜଣଙ୍କର ପରିଚୟ ଜଣା ପଡ଼ିନାହିଁ । ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଖନ୍ତାପଡା ମେଡିକାଲକୁ ନିଆଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published.