ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ନିଖୋଜ ଅଛନ୍ତି ପାଇଲଟ ଓ ସହ ପାଇଲଟ

ବାନ୍ଦିପୋରା, (ନାଗରାଜ ନ୍ୟୁଜ): ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଶୁକ୍ରବାର ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ପାଇଲଟ୍ ଏବଂ ସହ ପାଇଲଟ ନିଖୋଜ ଅଛନ୍ତି । ଉଭୟଙ୍କ ସନ୍ଧାନ ଚାଲିଛି । ଅଧିକାରୀଙ୍କ ଅନୁଯାୟୀ ଗୁରେଜ୍ ଘାଟିର ଗୁଞ୍ଜରା ନାଲା ଅଞ୍ଚଳରେ ସେନାର ହେଲିକପ୍ଟର ପେଟ୍ରୋଲିଂ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସୂଚନା ପରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଦୁର୍ଘଟଣା ମଧ୍ୟାହ୍ନ ୧୨ଟାରେ ଘଟିଛି । କୁହାଯାଉଛି ପାଇଲଟ୍ ଏବଂ ସହ ପାଇଲଟ୍ ସୁରକ୍ଷିତ ବାହାରି ଯାଇଛନ୍ତି । କିନ୍ତୁ ଅଧିକାରୀଙ୍କ ବିଷୟରେ କୌଣସି ସୂଚନା ନାହିଁ ।

Leave a Reply

Your email address will not be published.