ବାଂଲାଦେଶରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ବାଂଲାଦେଶରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ । ଗୁରୁବାର ରାତିରେ ବାଂଲାଦେଶର ରାଜଧାନୀ ଢ଼ାକାରେ ଥିବା ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଥିଲେ ଦୁର୍ବୁତ୍ତ । ଏହି ସମୟରେ କିଛି ହିନ୍ଦୁ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଅନେକ ହିନ୍ଦୁ ଲୋକଙ୍କ ସମେତ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା । । କିଛି ଦୁର୍ବୁତ୍ତ ଇସ୍କନର ଏକ ମନ୍ଦିରକୁ ଟାର୍ଗେଟ କରିବା ସହ ଲୁଟ କରିଛନ୍ତି । ଘଟଣାରେ ଅନେକ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ହାଜି ସାଫିଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ୨୦୦ରୁ ଅଧିକ ଦୁର୍ବୁତ୍ତ ଇସ୍କନ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ମନ୍ଦିରରେ ଭଙ୍ଗାରୁଜା କରିବା ସହିତ ଲୁଟତରାଜ କରିଥିଲେ । ଏହି ଆକ୍ରମଣରେ ଅନେକ ହିନ୍ଦୁ ଆହତ ହୋଇଥିବା ଜଣାପଡ଼ିଛି । ଗୁରୁବାର ସନ୍ଧ୍ୟା ୭ଟାରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଏହା ବାଂଲାଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନୂଆ ନୁହେଁ । ଗତବର୍ଷ ଦଶହରା ଓ ନବରାତ୍ରୀ ସମୟରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିଛି ବ୍ୟକ୍ତି ଦୁର୍ଗାଙ୍କ ପେଣ୍ଡାଲରେ ଭଙ୍ଗାରୁଜା କରିଥିଲେ । ପାଖରେ ଥିବା ଅନେକ ମନ୍ଦିର ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ହିଂସାକାଣ୍ଡରେ ୨ ହିନ୍ଦୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଭାରତ ଉଦବେଗ ପ୍ରକାଶ ମଧ୍ୟ କରିଥିଲା ।

Leave a Reply

Your email address will not be published.