ପଞ୍ଚଭୂତରେ ବିଲୀନ ହେଲେ ସେନାମୁଖ୍ୟ ବିପିନ ରାୱତ ଓ ପତ୍ନୀ ମଦୁଲିକା

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ପଞ୍ଚଭୂତରେ ବିଲୀନ ହେଲେ ସେନାମୁଖ୍ୟ ବିପିନ ରାୱତ ଓ ପତ୍ନୀ ମଦୁଲିକା । ତିନି ସୈନ୍ୟବାହିନୀ ବିପିନ ରାୱତ୍ ଅମର ରହେ ନାରା ସହ ୧୭ ତୋପ ସଲାମି ମଧ୍ୟରେ ସେମାନଙ୍କ ମୁଖିଆଙ୍କୁ ଶେଷ ବିଦାୟ ଦେଇଛନ୍ତି । ଦେଶର ତିନି ସୈନ୍ୟବାହିନୀକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଦୁଲିକା ରାୱତ ଶେଷରେ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ବେରାର ସ୍କୋୟାର ଅନ୍ତିମ ସଂସ୍କାର ସ୍ଥାନରେ ଜେନେରାଲ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହକୁ ଝିଅ କୃତିକା ଏବଂ ତାରିଣି ମୁଖାଗ୍ନି ଦେଇଛନ୍ତି । ଗୋଟିଏ ଜୁଇରେ ପତି-ପତ୍ନୀଙ୍କ ଅନ୍ତିମ ସଂସ୍କାର କରାଯାଇଛି  ।

ଦ୍ୱିପ୍ରହର ୨ ଟା ସମୟରେ ଦିଲ୍ଲୀ କାମରାଜ ମାର୍ଗ ସ୍ଥିତ ସିଡିଏସ୍‌ଙ୍କ ବାସଭବନରୁ ବାହାରିଥିବା ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ୍‌ ହୋଇଥିଲେ । ପ୍ରତି ଆଖିରେ ଥିଲା ଲୁହ ଏବଂ ହୃଦୟ ଭିତରେ ଅସୀମିତ କୋହ । ସିଡିଏସ୍‌ଙ୍କ ବୀରତାକୁ ସମ୍ମାନ କରି ତାଙ୍କ ମରଶରୀର ଉପରେ ହୋଇଥିଲା ପୁଷ୍ପବର୍ଷା । ମାଆ ଭାରତୀର ବୀର ସନ୍ତାନ ପାଇଁ ଏକ ଧାରାରେ ଲାଗିଥିଲା ନାରା । ଅନ୍ତିମ ସଂସ୍କାର ସମୟରେ ଜେନେରାଲ୍‌ ବିପିନ୍‌ ରାୱତଙ୍କ ସାନଭାଇଙ୍କ ପରିବାର, ମଧୁଲିକା ରାୱତଙ୍କ ପରିବାର ଲୋକମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.