ଉତ୍ତରପ୍ରଦେଶର ବଳରାମପୁର ଗସ୍ତରେ ପ୍ରଧାନମନ୍ତ୍ରୀ, ବଡ଼ ପ୍ରକଳ୍ପର କରିବେ ଉଦଘାଟନ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ଆଜି ଉତ୍ତରପ୍ରଦେଶର ବଳରାମପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମଓ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ବାହରାଇଚ, ଶ୍ରାବସ୍ତି ଏବଂ ବଳରାମପୁର ଦେଇ ଗୋରଖପୁରକୁ ଯାଇଥିବା ୩୧୮ କିଲୋମିଟର ଲମ୍ବ ଏବଂ ୯୮୦୦ କୋଟି ଟଙ୍କାର ନିର୍ମିତ ସର୍ୟୁନହର ରାଷ୍ଟ୍ରୀୟ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଉତ୍ତରପ୍ରଦେଶ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସର୍ୟୁନହର ରାଷ୍ଟ୍ରୀୟ ପ୍ରକଳ୍ପର ଉଦଘାଟନ କରିବେ, ଯାହା ଦ୍ୱାରାକି ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ପାଣି ଦିଆଯାଇପାରିବ । ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ୨୯ ଲକ୍ଷ ଚାଷୀଙ୍କୁ ଲାଭ ହେବ । ଜାତୀୟ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଏହି ପ୍ରକଳ୍ପ ୧୯୭୮ରେ ନିର୍ମାଣାରମ୍ଭ ହୋଇଥିଲା । ଏହାର ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିଲା । ମୋଦୀ ସରକାର କାମକୁ ଦ୍ରୁତଗତିରେ ଶେଷ କରିଛନ୍ତି । ମାତ୍ର ୪ ବର୍ଷ ମଧ୍ୟରେ ପ୍ରକଳ୍ପର ନିର୍ମାଣ କାମକୁ ଶେଷ କରିଛନ୍ତି । ପ୍ରକଳ୍ପ ନିର୍ମାଣରେ ଖର୍ଚ୍ଚ ବଢ଼ିବା ସହିତ ସ୍ଥାନୀୟ ଲୋକଙ୍କର ଚିନ୍ତା ମଧ୍ୟ ବଢ଼ିଛି ।

Leave a Reply

Your email address will not be published.