ଓମିକ୍ରନ୍‌କୁ ନେଇ ସରକାରଙ୍କ ସତର୍କ ସୂଚନା, ଆଜିଠାରୁ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): କୋଭିଡ-୧୯ର ନୂଆ ଭ୍ୟାରିଏଣ୍ଟଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିଥିବାରୁ ସରକାର ସତର୍କ ରହିବାକୁ ପରାମର୍ଶ ଜାରି କରିଛନ୍ତି । ଅନ୍ତର୍ଜାତୀୟ ଯାତ୍ରୀ, ବିଶେଷ ଭାବେ ହାଇରିକ୍ସ ଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ଲାଗି ଡିସେମ୍ବର ୧ ତାରିଖ ଠାରୁ ନୂଆ ନିୟମ ଲାଗୁ ହୋଇଯାଇଛି । ମାତ୍ର ଭାରତରେ ଓମିକ୍ରନ୍‌ର ଗୋଟିଏ ବି ମାମଲା ଏପର୍ଯ୍ୟନ୍ତ ଆସି ନାହିଁ । କିନ୍ତୁ ଏହା କହିହେବ ନାହିଁ ଯେ, ଭାରତରେ ଓମିକ୍ରନ୍‌ ଚିହ୍ନଟ ହେବନାହିଁ ।
ଓମିକ୍ରନ ଚିନ୍ତା ବଢ଼ାଇଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ କହିଛନ୍ତି, ହାଇରିକ୍ସ ଦେଶରୁ ଆସିବାକୁ ଥିବା ଯାତ୍ରୀମାନଙ୍କ ଉପରେ ନଜର ରଖନ୍ତୁ ।

ରାଜ୍ୟରେ ଏହି ଯାତ୍ରୀମାନେ ପହଞ୍ଚିବାର ପ୍ରଥମ ଦିନରେ ଆରଟି-ପିସିଆର ରିପୋର୍ଟ ଯାଞ୍ଚ କରନ୍ତୁ । ୮ମ ଦିନରେ ପୁଣି ଥରେ ଯାଞ୍ଚ କରନ୍ତୁ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଛନ୍ତି ଯେ, ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖନ୍ତୁ । ନୂଆ ନିୟମ ପାଳନ କରନ୍ତୁ । ଯାତ୍ରୀମାନଙ୍କର ନମୁନା ରିପୋର୍ଟ ଆସିବା ପରେ ସେମାନଙ୍କୁ ବାହାର ଯିବାକୁ ଅନୁମତି ଦିଅନ୍ତୁ ।

Leave a Reply

Your email address will not be published.