ପାଗଳ ଶିଆଳ ଆକ୍ରମଣରେ ୧୫ରୁ ଅଧିକ ଆହତ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଳକ ଅଞ୍ଚଳରେ ପାଗଳ ଶିଆଳ ଆକ୍ରମଣରେ ୧୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଆହତମାନେ ମେଡିକାଲରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ଖବର ସଂଗ୍ରହରୁ ଜଣାପଡ଼ିଛି ଖରାସାହାପୁର ପଞ୍ଚାୟତ ରମଧା ଗ୍ରାମର ମହାନ୍ତି ସାହି, ନାୟକ ସାହି ଓ ମଙ୍ଗଳ ସାହିର ଲୋକମାନେ ବିଲକୁ ଧାନ କାଟିବାକୁ ଯାଇଥିଲେ । ବିଲରେ ଧାନ କାଟୁଥିବା ସମୟରେ ହଠାତ ଏକ ଶିଆଳ ଆସି ସେମାନଙ୍କୁ କାମୁଡି ରକ୍ତାକ୍ତ କରିଥିଲା । ବହୁ କଷ୍ଟରେ ଲୋକମାନେ ଶିଆଳ କବଳରୁ ମୁକୁଳିଥିଲେ । ଶିଆଳ ଆକ୍ରମଣରେ ୭ ବର୍ଷର ଶିଶୁ ସହ ଜଣେ ଦିବ୍ୟାଙ୍ଗ ଗୁରୁତର ଆହତ ହୋଇଥିବାର ମଧ୍ୟ ଜଣାଯାଇଛି । ବିଶୁଆ ନାୟକ, କଟ ମହାନ୍ତି, ବାପି ପାତ୍ର, ବିକର୍ତ୍ତନ ମଙ୍ଗଳ, ମାଧୁଆ ସାହୁ ଓ ସୋନାଲି ପାତ୍ର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ହେଉଥିବାର ଜଣାପଡ଼ିଛି । ଉତ୍ୟକ୍ତ ଲୋକମାନେ ପାଗଳ ଶିଆଳଟିକୁ ମାରି ଦେଇଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଛି । ଖବରପାଇ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published.