୫୦ଟି ଟ୍ରେନ୍‌ ଚଳାଚଳକୁ ବନ୍ଦ କଲା ରେଳବିଭାଗ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଡିସେମ୍ବର ୧ ତାରିଖ ଠାରୁ ହାଜୀପୁର ଜୋନର ବିଭିନ୍ନ ଷ୍ଟେସନରୁ ଯାତ୍ରା ଆରମ୍ଭ କରୁଥିବା ୫୦ଟି ଟ୍ରେନ୍‌ର ସେବାକୁ ବାତିଲ କରିଛି ରେଳବିଭାଗ । ସେହିପରି କିଛି ଟ୍ରେନ୍‌ର ଯାତ୍ରାକୁ ହ୍ରାସ କରିଦିଆଯାଇଛି । ସୂଚନା ଅନୁଯାୟୀ ଡିସେମ୍ବର ମାସରେ ଶୀତ ଏବଂ କୁହୁଡି କାରଣରୁ ଦୃଶ୍ୟମାନ କମ ହୋଇଥାଏ । ଏହି କାରଣରୁ ରେଳ ଯାତାୟତ ଉପରେ ପ୍ରଭାବ ପଡ଼ିଥାଏ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପ୍ରତ୍ୟେକ ବର୍ଷ କୁହୁଡି ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ କିଛି ଟ୍ରେନ୍‌ ସେବାକୁ ବାତିଲ କରିଥାଏ ।

ପୂର୍ବ-ମଧ୍ୟ ରେଳପଥ ଚଳିତ ବର୍ଷ କରିଦେଇଛି । ପୂର୍ବ-ମଧ୍ୟ ରେଳପଥର ସିପିଆରଓ ରାଜେଶ କୁମାର କହିଛନ୍ତି, କୁହୁଡି ଯୋଗୁଁ ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳ ପରିଚାଳନାକୁ ସୁନିଶ୍ଚିତ କରିବା ଲାଗି ୨୦୨୧ ଡିସେମ୍ବର ୧ ତାରିଖ ଠାରୁ ୨୦୨୨ ମାର୍ଚ୍ଚ ୧ ତାରିଖ ପର୍ୟ୍ୟନ୍ତ କିଛି ଟ୍ରେନ୍‌ର ପରିଚାଳନାକୁ ବାତିଲ କରିଦିଆଯାଇଛି। ମୋଟ ୫୦ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ ୨ଟି ଟ୍ରେନ୍‌ ଆଂଶିକ ରୂପେ ପରିଚାଳିତ ହେବ ଏବଂ ୨ଟି ଟ୍ରେନ୍‌କୁ ପରିବର୍ତ୍ତିତ ମାର୍ଗରେ ପରିଚାଳନା କରିବାକୁ ପୂର୍ବ-ମଧ୍ୟ ରେଳପଥ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published.