ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେତେ କମିଛି ଭ୍ୟାଟ୍

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତାଙ୍କୁ ଏକ ବଡ଼ ଆରାମ ମିଳିଛି । ଏକ ବଡ ନିଷ୍ପତ୍ତି ନେଇ ଦିଲ୍ଲୀର କେଜ୍ରିୱାଲ ସରକାର ରାଜ୍ୟରେ ପେଟ୍ରୋଲ ଉପରେ ଭ୍ୟାଟ୍ ହ୍ରାସ କରିଛନ୍ତି । ଆଜିଠାରୁ ନୂଆ ମୂଲ୍ୟ ଲାଗୁ ହେବ । ପେଟ୍ରୋଲ ଉପରେ ଭ୍ୟାଟ୍ ସରକାରଙ୍କ ଦ୍ୱାରା ୩୦% ରୁ ୧୯.୪୦ ପ୍ରତିଶତକୁ ହ୍ରାସ କରାଯାଇଛି । ଏହା ସହିତ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନର ୧୦୩.୯୭ ରୁ ପ୍ରାୟ ୯୫.୯୭ ଟଙ୍କାକୁ ହ୍ରାସ ପାଇବ । ଆପଣଙ୍କୁ କହିରଖୁଛୁଯେ, ଆଜି କ୍ୟାବିନେଟ ବୈଠକରେ ପେଟ୍ରୋଲ ଉପରେ ଭ୍ୟାଟ୍ ହ୍ରାସ କରିବାକୁ ଦିଲ୍ଲୀ ସରକାର ଅନୁମୋଦନ କରିଛନ୍ତି ।

ବର୍ତ୍ତମାନ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୦୩.୯୭ ଟଙ୍କା ରହିଛି । ନୋଏଡାରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୯୫.୫୧ ଟଙ୍କା ଏବଂ ଗୁରୁଗ୍ରାମରେ ଏହା ୯୫.୯୦ ଟଙ୍କା ରହିଛି ।

Leave a Reply

Your email address will not be published.