ଭାରତର ଏହି ସ୍ଥାନରେ ରଙ୍ଗରେ ନୁହେଁ ଶ୍ମଶାନର ପାଉଁଶରେ ଖେଳାଯାଏ ହୋଲି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ହୋଲିର ପର୍ବ ଭାରତରେ ରଙ୍ଗର ପର୍ବ ଭାବେ ପାଳନ କରାଯାଏ । ହୋଲି ପର୍ବ ଖୁସିର ପର୍ବ ଶାନ୍ତିର ପର୍ବ ଓ ଭାଇଚାରାର ପର୍ବ । ଏହି ଦିନରେ ସମସ୍ତେ ସମସ୍ତିଙ୍କ ଦେହରେ ରଙ୍ଗ ବୋଳି ନିଜ ଭଲ ପାଇବାକୁ ଅନ୍ୟ ଆଗରେ ପ୍ରକାଶ କରିଥାନ୍ତି । ହୋଲିର ରଙ୍ଗକୁ କେହି ମନା କରନ୍ତି ନାହିଁ । ବର୍ଷକରେ ଥରେ ଆସୁଥିବା ଏହି ହୋଲି ଖୁସି, ପ୍ରେମ ଓ ଉହ୍ଲାସ ଆଣି ଆସିଥାଏ । କୁହାଯାଏ ଏହି ହୋଲି ପର୍ବ ରାଧା ଓ କୃଷ୍ଣଙ୍କର ପ୍ରେମ ପ୍ରତୀକ । କିନ୍ତୁ ଏପରି ଏକ ସହର ଅଛି । ଯେଉଁଠାରେ ହୋଲି ରଙ୍ଗରେ ନୁହେଁ ବରଂ ଶ୍ମଶାନର ପାଉଁଶରେ ଖେଳାଯାଏ । ଯେଉଁଠାରେ ହୋଲିର ପର୍ବ ରଙ୍ଗଭରୀ ଏକାଦଶୀର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥାଏ । ଏହି ଦିନ ଶିବ ଭକ୍ତମାନେ ମହାଦେବଙ୍କ ସହ ହୋଲି ଖେଳନ୍ତି । କିନ୍ତୁ ଏହି ହୋଲି ରଙ୍ଗ ବଦଳରେ ପାଉଁଶରେ ଖେଳାଯାଏ । କାଶୀ ସହରର ମହାଶ୍ମଶାନର ହରିଶ୍ଚନ୍ଦ୍ର ଘାଟରେ ୨୪ ଘଣ୍ଟା ଶବଦାହ ହୋଇଥାଏ । କୁହାଯାଏଯେ, ପାଉଁଶର ନିଆଁ କେବେବି ଥଣ୍ଡା ହୁଏ ନାହିଁ । ବର୍ଷସାରା ଏଠାକୁ ଲୋକମାନେ ଦୁଃଖ ସାଗରରେ ବୁଡ଼ି ନିଜ ପ୍ରୀୟଜନଙ୍କୁ ବିଦାୟ ଦେବାକୁ ଆସିଥାନ୍ତି । କିନ୍ତୁ ବର୍ଷରେ ଗୋଟିଏ ଦିନ ଯେତେବେଳେ ଖୁସିର ବର୍ଷା ହୁଏ । ଅର୍ଥାତ ହୋଲି ଦିନ ସ୍ମଶାନ ପାଉଁଶ ସହିତ ଲୋକେ ହୋଲି ଖେଳିଥାନ୍ତି ।

ଏହି ବର୍ଷ ମଧ୍ୟ, ମାର୍ଚ୍ଚ ୧୪ ରେ ବାରଣାସୀରେ ରଙ୍ଗଭରି ଏକାଦଶୀରେ ଶବଦାହ ସ୍ଥଳରେ ରଙ୍ଗ ବଦଳରେ ପାଉଁଶ ସହିତ ହୋଲି ଖେଳାଯାଇଥିଲା । କୁହାଯାଏଯେ, ପାଉଁଶ ସହିତ ହୋଲି ଖେଳିବାର ଏହି ପରମ୍ପରା ପ୍ରାୟ ୩୫୦ ବର୍ଷ ପୁରୁଣା । ଏହା ପଛର କାହାଣୀ ହେଉଛି, ବିବାହ ପରେ ମା’ ପାର୍ବତୀ କାଶୀରେ ପହଞ୍ଚିଥିଲେ । ତା’ପରେ ସେ ତାଙ୍କ ଗଣମାନଙ୍କ ସହିତ ହୋଲି ଖେଳିଲେ ଳ କିନ୍ତୁ ସେ ଶବଦାହରେ ବସିଥିବା ଭୂତ, ପ୍ରେତ, ପିଶାଚ, ଏଂବ ଅଘୋରିମାନଙ୍କ ସହିତ ହୋଲି ଖେଳି ପାରିନଥିଲେ । ତା’ପରେ ସେ ରଙ୍ଗଭରୀ ଏକାଦଶୀ ଦିନ ଶ୍ମଶାନର ପାଉଁଶରେ ତାଙ୍କ ସହିତ ହୋଲି ଖେଳିଲେ । ଆଜି ବି ଏହି ପରମ୍ପରା ଏଠାରେ ଜାରି ରହିଛି ।

Leave a Reply

Your email address will not be published.