ଶିଶୁଙ୍କୁ ଦିଆଗଲା ସ୍ଵର୍ଣ୍ଣ ପ୍ରାସନ ବିନ୍ଦୁ

ପୁରୀ, (ନାଗରାଜ ନ୍ୟୁଜ): ଆଜାଦୀକି ଅମୃତ ମହୋତ୍ସବ ଅବସରରେ ଆଜି (୧୪.୦୩.୨୨)ଦିଗରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଠାରେ ଆୟୁର୍ବେଦର ସ୍ଵର୍ଣ୍ଣ ପ୍ରାସନ ବିନ୍ଦୁ ଶିଶୁମାନଙ୍କୁ ଦିଆଯାଇଛି । ଯାହାକି ଶିଶୁମାନଙ୍କର ଶାରୀରିକ ମାନସିକ ଏବଂ ବୌଦ୍ଧିକ ବିକାଶ ଦିଗରେ ଏକ ମୂଖ୍ୟ ସହାୟକ ପ୍ରାକୃତିକ ବିନ୍ଦୁ ଅଟେ। ଏଥିରେ ପୁରୀ ର ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରାଜେଶ୍ କୁମାର ମିଶ୍ର ଏହି ନିର୍ଦ୍ଦେଶକଋ୨୪ ଚିକିତ୍ସାଳୟ, ପୁରୀ, ଶ୍ରୀ ଶ୍ରୀଧର ମହାରାଜ ,ପ୍ରେସିଡେଣ୍ଟ ଶ୍ରୀ ଚୈତନ୍ୟ ଚନ୍ଦ୍ରାଶ୍ରମ ପୁରୀ, ଶ୍ରୀଯୁକ୍ତ ରଜତର କୁମାର ପ୍ରତିହାରୀ, ସେକ୍ରେଟାରୀ,ଗରାଵଡୁ ନିଯୋଗ ଶ୍ରୀମନ୍ଦିର ପୁରୀ ପ୍ରମୁଖ ଯୋଗ ଦେଇ ଏହି କାର୍ୟ୍ୟକ୍ରମ ର ପ୍ରଶଂସା କରିବା ସହ କାର୍ୟ୍ୟ କ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ଓଡ଼ିଶା ଆୟୁଷ ର ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ପ୍ରଫେସର ଡ଼ା ଦେବପ୍ରସାଦ ଦାଶ। ଅନୁଷ୍ଠାନ ର ଶିଶୁ ରୋଗ ବିଭାଗର ପ୍ରଫେସର ତଥା ବିଭାଗୀୟ ମୂଖ୍ୟ ପ୍ରଫେସର ଡ଼ା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରିଡର୍ ଡା. ସୌଭାଗ୍ୟ ରଞ୍ଜନ ପରିଜା, ରିଡର୍ ଡ଼ା ଦୀପ୍ତି ରେଖା ଦାଶ,ଅଧ୍ୟାପିକା ସଂଗୀତା ପୃଷ୍ଟି, ତଥା ପିଜି ଓ ହାଉସ ଷ୍ଟାଫ୍ ଡାକ୍ତର ମାନେ ଏଥିରେ ପୂର୍ଣ୍ଣ ସହଯୋଗ କରି କାର୍ୟ୍ୟ କ୍ରମର ସଫଳତା ଆଣିଥିଲେ । ଏଥିରେ ୬୦୦ ରୁ ଅଧିକ ଶିଶୁ ଏହି ସ୍ଵର୍ଣ୍ଣ ପ୍ରାସନ ବିନ୍ଦୁ ସେବନ କରିଥିଲେ ।

ଆସିଥିବା ଅଭିଭାବକ ମାନେ ଏହି ସ୍ଵର୍ଣ୍ଣ ପ୍ରାସନ ସେମାନଙ୍କ ପିଲାମାନେ ସେବନ କଲାପରେ ତାଙ୍କର ବହୁବିଧ ଶାରୀରିକ ସୁସ୍ଥ ତା ବଢ଼ି ଥିବା ଓ ପାଖରେ ଭଲ ମନେରଖୁଥିବା କଥା କହିଥିଲେ। ଏହା ସହିତ ଅଧ୍ୟାପକ ଅଧ୍ୟାପିକାମାନେ ଏହା ଶିଶୁମାନଙ୍କର ଶାରୀରିକ ଓ ମାନସିକ ଶକ୍ତି ବୃଦ୍ଧି ରେ ଏକ ଅମୋଘ ଔଷଧ ବୋଲି କହିଥିଲେ,ଏହା ଜନ୍ମରୁ ୧୬ ବର୍ଷ ପର୍ୟ୍ୟନ୍ତ ପିଲାମାନଙ୍କୁ ପ୍ରତି ପୁଷ୍ୟା ନକ୍ଷତ୍ରରେ ଦିଆଯାଇଆସୁଅଛି,ଏହାକୁ କରିବାରେ ମୂଖ୍ୟ ସହାୟତା କରୁଛନ୍ତି ଡାଵର୍ ଇଣ୍ଡିଆ କମ୍ପାନୀ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published.