ହୁତୁହୁତୁ ହୋଇ ଜଳୁଛି ନିଆଁ

ବଲାଙ୍ଗୀର, (ନାଗରାଜ ନ୍ୟୁଜ ): ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ଏକ ନୃତ୍ୟ/ଗୀତ ମଧ୍ୟମରେ ଜଙ୍ଗଲ ଅଧିକାରୀ କର୍ତ୍ତୁପକ୍ଷଙ୍କ ଦ୍ଵାରା ଏକ ସଚେତନ ବାର୍ତ୍ତା ଦିଆଯାଇଥିଲା କି ନିଆଁ ଲଗାନ୍ତୁନି । ଜଙ୍ଗଲରେ ନିଆଁ ଲଗାଇବା ଦଣ୍ଡନୀୟ ଅପରାଧ । କିନ୍ତୁ ତାର ଓଲଟା ହୋଇଛି । ଆଉ ସେହି ସଚେତନ ବାର୍ତ୍ତାକୁ କେହି ଅବଲମ୍ବନ ନ କରି ଜଙ୍ଗଲ ରେ ନିଆଁ ଲଗେଇ ଦେଇଛନ୍ତି । କିଛି ଅସାମାଜିକ ଯୁବକ । ଆଉ ତାହା ଦେଖିବାକୁ ମିଳିଛି ମୁରିବାହାଲ ବ୍ଲକ ମାଲିଶିରା ଗ୍ରାମର ପାଖ ଜଙ୍ଗଲରେ । ଗତକାଲିଠାରୁ ନିଆଁ ଲାଗିଯାଇଥିବାରୁ ବହୁ ମୂଲ୍ୟବାନ ଗଛ ସବୁ ନଷ୍ଟ ହୋଇଯାଇଛି । ତଥାପି ଏ ପର୍ୟ୍ୟନ୍ତ ଜଙ୍ଗଲ ଅଧିକାରୀ ବାବୁ ମାନଙ୍କ ନଜର ପଡୁନି କି ନିଆଁକୁ ମଧ୍ୟ ଆୟତ୍ତ କରାଯାଇନି । ଜଙ୍ଗଲ ହେଉଛି ଆମ ସମସ୍ତଙ୍କ ପ୍ରକୃତିକ ସମ୍ପଦ । ଏହି ଜଙ୍ଗଲରୁ ଆମେ ବିଭିନ୍ନ ପ୍ରକାରର ଜିନିଷ ପାଇଥାଉ । ଯଦି ଜଙ୍ଗଲ ପ୍ରତି ଦୃଷ୍ଟି ନଦିଆଯାଏ । ତାହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଆଉ ଆଗାମୀ ପିଢ଼ି ପାଇଁ ବାଧା ଉପୁଯିବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ।

ମୁରିବାହାଲରୁ ସୁବାସ ମାଝୀଙ୍କ ରିପୋର୍ଟ

Leave a Reply

Your email address will not be published.