ସଟ୍ ସର୍କିଟ ଯୋଗୁଁ ଲାଗିଲା ନିଆଁ, ଜଳିଗଲା ଘର

ଢ଼େଙ୍କାନାଳ, (ନାଗରାଜ ନ୍ୟୁଜ): ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ କାଶିପୁର ଗ୍ରାମ ପଞ୍ଚାୟତର କାଶିପୁର ଗ୍ରାମର ଦାସ ମୁଣ୍ଡା ପିତା ଗୋପାଳ ମୁଣ୍ଡା । ବୟଷ ୪୧ ବର୍ଷ । ଅଚାନକ ଇଲେକ୍ଟ୍ରି ସଟସର୍କିଟ କାରଣରୁ ଦିନ ପ୍ରାୟ ୧୧ ଘଣ୍ଟିକା ସମୟରେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ସଙ୍ଗେ ସଙ୍ଗେ ଗଁନ୍ଦିଆର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନିଆଁକୁ ଆୟତ କରିବା ପୂର୍ବରୁ ସମ୍ପୂର୍ଣ୍ଣ ଦୁଇ ବଖରା ଘର ସହିତ ପ୍ରାୟ ୧୦ହଜାର ଟଙ୍କାର ଧା, ୭ ପକେଟ୍ ଚାଉଳ, ୨୦ହଜାର ଟଙ୍କା ଓ ଏଥିସହିତ ସମସ୍ତ ପିନ୍ଧିବା ବସ୍ତ୍ର ଓ ଘରର ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡିଯାଇଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସରକାରୀ ସହଯୋଗରେ ଖଣ୍ଡିଏ ଜରିପାଲ ମିଳିଥିବାବେଳେ ସେହି ପଞ୍ଚାୟତର ଯୁବ ସମାଜସେବୀ ଅରୁପାନନ୍ଦ ବାରିକ୍ ତଥା ବର୍ତ୍ତମାନର ସରପଞ୍ଚ ଚଞ୍ଚଳା ବାରିକଙ୍କ ସ୍ବାମୀ ତାଙ୍କ ତରଫରୁ ସେମାନଙ୍କ ପାଇଁ କିଛି ବସ୍ତ୍ର ସହିତ ଗ୍ରୋସରୀ ଓ କିଛି ଟଙ୍କା ସାହାଯ୍ୟ ମଧ୍ୟ କରିଥିଲେ । କିପରି ସରକାରଙ୍କ ତରଫରୁ ଘର ଆର୍ଥୀକ ସହାୟତା ମିଳିବ ସବୁ ସୁବିଧା ଯୋଗାଇ ଦେବେ ବୋଲି କହିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.