ଏହି ୪ଟି ସର୍ତ୍ତ ମାନିଲେ ଯଥାଶୀଘ୍ର ବନ୍ଦ ହେବ ଯୁଦ୍ଧ: ପୁଟିନ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । କିନ୍ତୁ ଯୁଦ୍ଧ ବିରତି ପାଇଁ ସେହିଭଳି କୌଣସି ଦୃଷ୍ଟାନ୍ତ ପଦକ୍ଷେପ ନିଆଯାଇ ନାହିଁ । ଏବେ ୟୁକ୍ରେନ୍ ସାମ୍ନାରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ କିଛି ସର୍ତ୍ତ ରଖିଛି । ୟୁକ୍ରେନ୍‌ର ମିଡିଆ ଦାବି କରିଛି ଯେ, ରୁଷିଆ ୪ଟି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛି ଏବଂ କହିଛି ଯେ, ସର୍ତ୍ତମାନିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବ ।

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ତାଙ୍କର ଉଦ୍ଦେଶ୍ୟ ୟୁକ୍ରେନ୍‌କୁ ନିୟନ୍ତ୍ରଣ କରିବା ନୁହେଁ, ବରଂ ଧ୍ୱଂସ କରିବା । ୟୁକ୍ରେନ୍ ସାମ୍ନାରେ ରୁଷିଆ ସେନା କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସର୍ତ୍ତ ରଖିଛି । 

ରୁଷିଆ ସବୁବେଳେ ୟୁକ୍ରେନକୁ କୌଣସି ଅନ୍ୟ ସଂଗଠନ ସହିତ ସାମିଲ ହେବା ଉପରେ ଅସନ୍ତୁଷ୍ଟ ଦେଖାଯାଉଛି । ଯୁଦ୍ଧ ସମୟରେ ମଧ୍ୟ ଲଗାତାର ନାଟୋରେ ସାମିଲ ହେବାକୁ ଉଦ୍ୟମ କରୁଛି । ରୁଷିଆ ଚାହୁଁଛି ଯେ, ୟୁକ୍ରେନ ନାଟୋ ଠାରୁ ଦୂରରେ ରହୁ । ନିଜର ସମ୍ବିଧାନ ପରିବର୍ତ୍ତନ କରୁ । 

ରୁଷିଆର ୩ୟ ସର୍ତ୍ତ ହେଲା ୟୁକ୍ରେନ୍ କ୍ରୀମିୟାକୁ ରୁଷିଆର ଅଂଶବିଶେଷ ଭାବେ ମାନ୍ୟତା ପ୍ରଦାନ କରୁ । କ୍ରୀମିୟା ଏକଦା ରୁଷିଆର ଅଂଶବିଶେଷ ଥିଲା, ଯାହାକୁ କି ୧୯୫୪ରେ ତତ୍କାଳୀନ ସୋଭିଏତ ସଂଘର ନେତା ନିକିତା ଖ୍ରୁଚ୍ୱେଭ ୟୁକ୍ରେନ୍‌କୁ ଉପହାର ସ୍ୱରୂପ ଦେଇଥିଲେ । ୨୦୧୪ ମାର୍ଚ୍ଚରେ ରୁଷିଆ ଆକ୍ରମଣ କରି କ୍ରୀମିୟାକୁ ରୁଷିଆରେ ସାମିଲ କରିଥିଲା । କିନ୍ତୁ ୟୁକ୍ରେନ୍ ଏହାକୁ ମାନ୍ୟତା ଦେଇନାହିଁ । 

୨୦୧୪ରେ ପୂର୍ବ ୟୁକ୍ରେନ୍‌ର ଡୋନବାସ ରାଜ୍ୟର ଡୋନେତସ୍କ ଓ ଲୁହାନସ୍କ ବିଚ୍ଛିନତାବାଦୀ ମାନେ ନିଜକୁ ଭିନ୍ନ ଦେଶ ଘୋଷିତ କରିଥିଲେ । ୟୁକ୍ରେନ ସହିତ ଲଢ଼େଇ ହେବା ପୂର୍ବରୁ ରୁଷିଆ ଡୋନେତସ୍କ ଓ ଲୁହାନସ୍କକୁ ରୁଷିଆ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲା, ଯାହାକି ୟୁକ୍ରେନ୍ ବିରୋଧ କରିଥିଲା । 

Leave a Reply

Your email address will not be published.