ଏହି ସବୁ ଦେଶରେ ଚିହ୍ନଟ ହୋଇନାହାଁନ୍ତି ଜଣେ ବି ସଂକ୍ରମିତ

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ମହାମାରୀ ସହିତ ଲଢ଼େଇ କରୁଛି । କରୋନା ଭାଇରସ୍ ସହିତ ମୁକାବିଲା ପାଇଁ ସାରା ବିଶ୍ୱ ଏକଜୁଟ୍ ହୋଇଛନ୍ତି । କରୋନା ମହାମାରୀ କୋଟି କୋଟି ଲୋକଙ୍କ ଜୀବନ ନେଇସାରିଛି । ଆହୁରି ଅନେକ ଲୋକେ ସଂକ୍ରମିତ ହୋଇ ମୃତୁ୍ୟ ସହିତ ସଂଗ୍ରାମ କରୁଛନ୍ତି । ମହାମାରୀକୁ ମାତ୍ ଦେବା ପାଇଁ କରୋନା ଟୀକାକରଣକୁ ବୃଦ୍ଧି କରାଯାଇଛି । କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠି ଜଣେ ହେଲେ ବି ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ନୂଆ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଆଦୌ କରୋନା ମାମଲା ନଥିବା ଦେଶ ସ୍ଥାନ ପାଇଛି । ଯେଉଁଠାରେ ଜଣେ ହେଲେ ବି ପଜିଟିଭ୍ ଚିହ୍ନଟ ହୋଇନାହାଁନ୍ତି । ଏପରିକି କରୋନା ମହାମାରୀ ଯୋଗୁଁ କାହାରି ମୃତ୍ୟୁହୋଇନାହିଁ ।

ପ୍ରଶାନ୍ତ ମହାସାଗର ଥିବା ୪ଟି ଦ୍ୱୀପକୁ ନେଇ ଗଠିତ ମାଇକ୍ରୋନେସିଆ । ଏଠାରେ କେହିବି ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ସେହିପରି ନାଉରାରେ ମଧ୍ୟ କେହି କରୋନା ସଂକ୍ରମିତ ହୋଇ ନାହାଁନ୍ତି । ଏଠାରେ ୧୦୦ ଲୋକରେ ୬୮ ଜଣ ଭାକସିନ୍ ନେଇ ସାରିଛନ୍ତି । ଏତଦ୍ ବ୍ୟତୀତ ନିଉ, ପିଟକେରାନ୍ ଆଇଲାଣ୍ଡ, ସେଣ୍ଟ ହେଲେନାରେ ମଧ୍ୟ ଜଣେ ହେଲେବି ପଜିଟିଭ୍ ଚିହ୍ନଟ ହୋଇନାହାଁନ୍ତି । ଏଠାରେ ୧୦୦ରେ ୫୮ରୁ ୭୯ଜଣ ଲୋକଙ୍କୁ ଟିକା ଦିଆଯାଇଛି । ୧୫୦୦ ଜନସଂଖ୍ୟା ବିଶିଷ୍ଟ ଟୋକେଲାଉ ଦେଶରେ ମଧ୍ୟ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି । ସେହିପରି ଟୁଭାଲ, ତୁର୍କମେନିସ୍ତାନ ଓ ଉତ୍ତର କୋରିଆରେ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାଁନ୍ତି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ସୂଚନା ଦେଇଛି ।

Leave a Reply

Your email address will not be published.