ଚାଇନାର ସୁଟର ୟାଙ୍ଗ କିଆନ ଟୋକିଓ ଅଲିମ୍ପିକ୍ସରେ ହାସଲ କଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ଚାଇନା: ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଚାଇନାର ସୁଟର ୟାଙ୍ଗ କିଆନ୍ । ସେ ୨୧ ବର୍ଷୀୟା ରୁଷର ଆନାସ୍ତାସିଆ ଗାଲାସିନାଙ୍କୁ ମହିଳା ୧୦ ମିଟର ଏୟାର ରାଇଫଲ ଫାଇନାଲ ରୋମାଞ୍ଚକର ମୁକାବିଲାରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି । 

ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଦୁଇଜଣ ଭାରତୀୟ ପ୍ରତିଯୋଗୀତା କରିଥିଲେ କିନ୍ତୁ ଉଭୟ ଏଲାଭେନିଲ ଭାଲାରିଭାନ ଏବଂ ଆପୁରଭି ଚାଣ୍ଡେଲା ଫାଇନାଲ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିଲେ । 

ଦୁଇଟି ଫାଇନାଲ୍ ସଟ୍ ପୁର୍ବରୁ ୟାଙ୍ଗ ୧୦.୭ ପଏଣ୍ଟ୍ ସଟ୍ ସହିତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କଠାରୁ ମାତ୍ର ୦.୧ ପଛରେ ଥିଲେ । ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଏକ ଚମତ୍କାର ୧୦.୮ ପ୍ରଦର୍ଶନ କରିଥିଲେ ତେବେ ରୂଷର ଏହି ପ୍ରତିଯୋଗି ତାଙ୍କର ଶେଷ ସଟରେ ଲକ୍ଷ୍ୟଚ୍ୟୁତ ହେବା ସହିତ ୮.୯ ପଏଣ୍ଟ ହାସଲ କରିଥିଲେ ଏହି ସମୟରେ ୟାଙ୍ଗ ୯.୮ ଶେଷ ସଟ୍ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତେବେ ଏହି ପ୍ରତିଯୋଗିତାରେ ୟାଙ୍ଗ ୨୫୧.୮ ସ୍କୋର ସହ ଏକ ନୂତନ ଅଲିମ୍ପିକ୍ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

ରୁଷର ଆନାସ୍ତାସିଆ ଗାଲାସିନା ୨୫୧.୧ ସହିତ ରୌପ୍ୟ ପଦକ ବିଜେତା ହୋଇଥିବା ବେଳେ ସ୍ୱିଜରଲ୍ୟାଣ୍ଡର ନିନା ଖ୍ରୀଷ୍ଟନ ୨୩୦.୬ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି ।

Leave a Reply

Your email address will not be published.