୨୧ ବର୍ଷ ପରେ ଭାରତକୁ ପୁଣି ମିଳିଲା ରୌପ୍ୟ ପଦକ, ମିରା ବାଇ ଚାନୁ ଭାରତର ଗର୍ବ

ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ପୁଣି ମିଳିଛି ରୌପ୍ୟ ପଦକ । ଟୋକିଓ ଅଲମ୍ପିକ୍‌ରେ ମିରା ବାଇ ଚାନୁ ଭାରତ ପାଇଁ ଏହି ଗର୍ବ ଆଣିଦେଇଛନ୍ତି । ୪୯ କେଜି ବର୍ଗର ରୌପ୍ୟ ପଦକ ଜିତି ଭାରତ ପାଇଁ ଖୁସି ଆଣିଲେ ମିରା ବାଇ ଚାନୁ । ଏହି ରୌପ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟୁଇଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ନାଚ୍ ଇଭେଣ୍ଟର ପ୍ରଥମ ପ୍ରୟାସରେ ୮୪ କିଲୋଗ୍ରାମ ଓ ଦ୍ୱିତୀୟ ପ୍ରୟାସରେ ୮୭ କିଲୋମଗ୍ରାମ ଓଜନ ଉଠାଇଥିଲେ । କିନ୍ତୁ ତୃତୀୟ ପ୍ରୟାସରେ ସେ ୮୯ କିଲୋଗ୍ରାମ ଉଠାଇବାରେ ବିଫଳ ହୋଇଥିଲେ ।

ଏଥିସହ ସେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ । କ୍ଲିନ୍ ଏଣ୍ଡ ଜର୍କର ପ୍ରଥମ ପ୍ରୟାସରେ ସେ ୧୧୦କିଲୋଗ୍ରାମ ଓଜନ ଉଠାଇଥିଲେ । କିନ୍ତୁ ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ବିଫଳ ହୋଇଥିଲେ ମୀରାବାଇ ଚାନୁ । ଏଥିସହ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଯାହାଫଳରେ ସବୁଠାରୁ ବର୍ତ୍ତମାନ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଏହାରି ଭିତରେ ଆଗକୁ ମଧ୍ୟ ଆହୁରୀ ପୁରସ୍କାର ହାସଲ କରିବାର ଆଶା ରହିଛି । ସୂଚନା ଅନୁସାରେ ସ୍ୱାସ୍ଥ୍ୟଗତ ଅବସ୍ଥା ଭଲ ନଥିବାରୁ ପୁର୍ବ ଅଲମ୍ପିକ୍‌ରେ ମୀରା ବାଇ ଖେଳିପାରି ନଥିଲେ ଯାହାଫଳରେ ତାଙ୍କ ମନ ଦୁଃଖ ହୋଇଥିଲା । କିନ୍ତୁ ବର୍ତ୍ତମାନ ମୀରା ବାଇ ଚାନୁ ଭାରତର ଏକ ଗର୍ବ ଗୌରବ ପାଲଟିଛନ୍ତି ।

ସୂଚନା ଅନୁସାରେ ସ୍ୱାସ୍ଥ୍ୟଗତ ଅବସ୍ଥା ଭଲ ନଥିବାରୁ ପୁର୍ବ ଅଲମ୍ପିକ୍‌ରେ ମୀରା ବାଇ ଖେଳିପାରି ନଥିଲେ ଯାହାଫଳରେ ତାଙ୍କ ମନ ଦୁଃଖ ହୋଇଥିଲା । କିନ୍ତୁ ବର୍ତ୍ତମାନ ମୀରା ବାଇ ଚାନୁ ଭାରତର ଏକ ଗର୍ବ ଗୌରବ ପାଲଟିଛନ୍ତି ।

Leave a Reply

Your email address will not be published.