ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ୱାଶିଂଟନ୍, (ନାଗରାଜ ନ୍ୟୁଜ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବେ । ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ପ୍ରଧାନମନ୍ତ୍ରୀ ମୋଦୀ କେଉଁ ପ୍ରସଙ୍ଗ ଉଠାଇବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନୁମାନ କରାଯାଉଛିଯେ, ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭାଇରସ୍ ଏବଂ ଭାରତରେ ରେକର୍ଡ ଟୀକାକରଣ ବିଷୟରେ କହିବେ ।

ଆତଙ୍କବାଦ, ଆଫଗାନିସ୍ତାନ ଏବଂ ତାଲିବାନଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କଠୋର ପ୍ରହାର କରିପାରନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଉପରେ ନିଜର ମତ ରଖିବେ । ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍‌ର ବିସ୍ତାରବାଦୀ ନୀତି ଉପରେ ଆକ୍ରମଣ କରିବା ସହିତ ପରିବେଶ, ବାଣିଜ୍ୟ ଏବଂ ଆତ୍ମନିର୍ଭରଶୀଳ ଭାରତ ବିଷୟରେ ମଧ୍ୟ ଆଲୋଚନା କରିପାରନ୍ତି ।

ମିଳିତ ଜାତିସଂଘର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୈଳିକତା ଏବଂ ଉଗ୍ରବାଦକୁ ଟାର୍ଗେଟ କରିପାରନ୍ତି । ଏହା ବ୍ୟତୀତ ଆତଙ୍କବାଦ ବିରୋଧରେ ଏକତା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ  ଆଲୋଚନା କରିପାରନ୍ତି ।

Leave a Reply

Your email address will not be published.