ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ପଜିଟିଭ୍,ଡାକ୍ତରଖନାକୁ ଗଲେ  

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଛନ୍ତି।  ଗତକାଲି କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଥିଲେ।  ଡୋନାଲ୍ଡ ଟ୍ରମ୍ପ କୋଭିଡ ଆକ୍ରାନ୍ତ ତାଙ୍କୁ ଆର୍ମି ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି ।  ସେ ହ୍ୱାଇଟ ହାଉସ ଛାଡ଼ିବା ପୂର୍ବରୁ ଏକ ଭିଡିଓ ମେସେଜ୍ ଜାରି କରି ସୁସ୍ଥ ଥିବା ସୂଚନା ଛନ୍ତି । ପୂର୍ବରୁ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ପଜିଟିଭ ଚିହ୍ନଟ ହେବା ପରେ  ଆଇସୋଲେସନରେ ରହିଥିଲେ।

ଟ୍ରମ୍ପ କରୋନାର ଚିକିତ୍ସା ପାଇଁ  ଆସନ୍ତା କିଛି ଦିନ ୱାଲଟର ରିଡ ଆର୍ମିହସ୍ପିଟାଲରେ ରହିବେ ଓ  ସେହିଠାରୁ ତାଙ୍କର ସମସ୍ତ କାର୍ଯ୍ୟ ଜାରି ରଖିବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ତେବ‌େ ଆଗକୁ ଆମେରିକାରେ ନିର୍ବଚନ ଥିବାରୁ ଟ୍ରମ୍ପଙ୍କ ପାଇଁ ଆଉ ଏକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିଛି।

Leave a Reply

Your email address will not be published.