ଚିତାଭଷ୍ମ ମାଗୁଛି ନ୍ୟାୟ,ହାଥରସ ପୁଣି ଏକ ନିର୍ଭୟା କାଣ୍ଡ

ଉତ୍ତରପ୍ରଦେଶ: ଦୀଲ୍ଲୀର ନିର୍ଭୟା ଦୁଷ୍କର୍ମ ପରେ ଏବେ ପୁଣି ହାଥରସର ଜଣେ ନିର୍ଭୟାର ଚିତାଭଷ୍ମ ଏବେ ନ୍ୟାୟ ମାଗୁଛି। ମାତ୍ର ୧୯ ବର୍ଷର ଗଣଦୁଷ୍କର୍ମ ପୀଡିତା ଜୀବନ ଯୁଦ୍ଧରେ ହାରିଯଇଛି। ନିର୍ଜନ ଇଲାକାରେ ପୋଲିସ ଜାଳିଦେଲା ତାର ଶବକୁ।  ଜଳିଯିବା ପରେ ଭାରତ ମାତାର କନ୍ୟାଟି ର ଆତ୍ମା ଏବେ ବିଳପ କରୁଛୁ, ନ୍ୟାୟ ମାଗୁଛି। ବିଲ ମଝିରେ  ଯୌନ ପିଶାଚ ମାନେ ନିର୍ଦୟ ଭାବେ ଦୁଷ୍କର୍ମକରି ତା ଶରୀରକୁ ଖିନ୍ନଭିନ୍ନ କରିବା ପରେ ଛାଡି ଚାଳିଗଲେ। ର୍ମୁମୂର୍ଷ ଅବସ୍ଥାରେ ସେ ମୃତ୍ୟୁ ସହ ସଂଘର୍ଷ କରିଥିଲା। ତା ଭିରେ ବଞ୍ଚିବାର ଆଶ ପ୍ରବଳ ଥିଲା। ଯୌନପିଶାଚଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ତାର ଆତ୍ମା ବିଳପ କରୁଥିଲା। ବଞ୍ଚବାକୁ ବହୁ ସଂଘର୍ଷ କରି ମଧ୍ୟ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲା।  ଶେଷରେ ମଙ୍ଗଳବାର ଦେଶବାସୀଙ୍କ ଆଗରେ ଆସିଲା ଆଉ ଏକ ନର୍ଭୟାର କରୁଣ କାହାଣୀ। ଏତେ ସବୁ ଘଟିଯିବା ପରେ ପିଡିତାକୁ ନ୍ୟାୟ ମିଳବାତ ଦୂରର କଥା ତା ପରିବାରକୁ ଶବ ହସ୍ତାନ୍ତର କଲା ନାହିଁ ପୁଲିସ, ଏପରିକି ବାପା,ମା’ଙ୍କୁ ଦେଖିବାକୁ ବି ଦେଇ ନଥିଲା।

ପୁଲିସ ପିଡିତାର ପରିବାର ଲୋକଙ୍କୁ ଅଟକାଇ ରାତାରାତି ମରଶରୀର ଗାଁକୁ ଆଣି ଅନ୍ତିମ ସଂସ୍କାର କରି ଦିଆଗଲା ବୋଲି ଅଭିଯୋଗ ହୋଇଛି । ଏପରିକି ବ୍ୟାପକ ପୋଲିସ ଉପସ୍ଥିତିରେ ସବୁକିଛି ଘଟୁଥିଲା। ଏପରିକି  ଯୁବତୀଙ୍କ ପ୍ରିୟଜନଙ୍କୁ ଶବ ପାଖକୁ ଛାଡି ନଥିଲା। ପୁଲିସ ରାତି  ୨ଟା ପରେ ନିଚ୍ଛାଟିଆ ଏକ ନିଛାଟିଆ ଯାଗରେ ହାଥରସ ନିର୍ଭୟାର ଶବ ଜଳିଥିଲା  ବୋଲି ପରିବାର ଅଭିଯୋଗ କରିଛି।

ହାଥରସର ଏହି ହୃଦୟବିଦାରକ  ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି।   ଗଣଦୁଷ୍କର୍ମ ପରେ ଘଟଣା ଚାପିବାକୁ ଉଦ୍ୟମ କରାଯାଇଛି। ଯୁବତୀଙ୍କ ଜିଭ କାଟିଦେବା ଓ ମେରୁଦଣ୍ଡ ଭାଙ୍ଗିଦେବା ଭଳି ସବୁ ଅମାନୁଷିକତାର ସୀମା ପାର କରିଛି । ପୁଲିସ ମାମଲାରେ ସଂପୃକ୍ତ ୪ ଜଣ ସୈତାନଙ୍କୁ ବାନ୍ଧିଛି ସତ ହେଲେ ପୋଲିସର କାର୍ଯ୍ୟଶୈଳୀ ଉପରେ ସନ୍ଦେହ ସୃ‌ଷ୍ଟି କରିଛି।  କାରଣ ବଳାତ୍କାର ଅଭିଯୋଗ ହେବାର ୮ ଦିନ ପର୍ଯନ୍ତ ପୁଲିସ ହାତବାନ୍ଧି ବସିଥିଲା କାହିଁ କି? ପୀଡିତାଙ୍କୁ  ସଙ୍କଟାପନ୍ନ ଥିବା  ଅବସ୍ଥା ତାଙ୍କୁ କଣ ପାଇଁ ଏମ୍ସ ସ୍ଥାନାନ୍ତର ନକରି ୟୁପିରେ ରଖାଯାଇଥିଲା ? ପରିବାର ଲୋକଙ୍କୁ ଶବ ନଦେଖାଇ କଣ ପାଇଁ ରାତିଅଧିଆ ଅନ୍ତିମ ସଂସ୍କାର କରିଥିଲା ପୁଲିସ ? ଏସବୁ ପ୍ରଶ୍ନ ଏବେ ୟୁପି ପୋଲିସ ବର୍ଦ୍ଦିରେ ଦାଗ ଲଗାଇଛି। ଯୋଗୀ ସରକାରଙ୍କ ଉପରକୁ ରାଜନୖତିକ ମହଲରେ ଆଙ୍ଗୁଳି ଉଠାଇଛି।  ଏସବୁ ବ୍ୟବସ୍ଥା କାହା ପାଇଁ? ପୋଲିସ ପ୍ରଶାସନ କାହା ପାଇଁ ? ଆମ ସରକାର କାହା ପାଇଁ ? ସାଧାରଣ ଲୋକଙ୍କ ପାଇଁ ନା ତଥାକଥିତ ପ୍ରଭାବଶାଳୀଙ୍କ ପାଇଁ ? ଏଭଳି ପ୍ରଶ୍ନକୁ ନେଇ ଘେରିଛନ୍ତି ବିରୋଧୀ।

ଘଟଣାର ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଏସଆଇଟି ଟିମ୍ ଗଠନ କରିଛନ୍ତି । ତେବେ ହାଥରସର ନିର୍ଭୟାର ଚିତ୍ତାଭଷ୍ମ ପ୍ରଶ୍ନ କରୁଛି ସତରେ କ’ଣ ମୋତେ ନ୍ୟାୟ ମିଳିବ। ନରପିଶାଚ ଶୂଳିରେ ଚଢିବେ ନା ରାଜନିତୀର ଖେଳରେ ନ୍ୟାର ଗଳିବାଟ ଦେଇ ଖସିଯିବେ? ନା ମୋ ଚିତ୍ତାଭଷ୍ମ ନ୍ୟାୟ ଅପେକ୍ଷାରେ ମାଟିରେ ମିଶି ଯାଏ। ଦୋଶୀଙ୍କି ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳୁ,ମୋ ଭଳି ଆଉ କେହି ନିର୍ଭୟା ଏଭଳି ପାସବିକତାର ଶୀକା ନହୁଅନ୍ତୁ,ଦେଶବାସିଙ୍କ ସ୍ବର ହୋଇ ନ୍ୟାୟ ମାଗୁଛି ହାଥରସର।

Leave a Reply

Your email address will not be published.