ରାଜଧାନୀରେ ସମାପ୍ତ ହେଲା କରୋନା କଟକଣା

ନୂଆଦିଲ୍ଳୀ, (ନାଗରାଜ ନ୍ୟୁଜ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେହିପରୀ ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଇଛି । କରୋନା ମାମଲା ସଂଖ୍ୟା ହ୍ରାସକୁ ଦେଖି ସରକାର କଟକଣା ଆହୁରି କୋହଳ କରିଦେଇଛନ୍ତି । ଶୁକ୍ରବାର ଏନେଇ ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧିକରଣ (ଡିଡିଏମଏ)ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜଧାନୀ ଦିଲ୍ଲୀରେ ଜାରି ଏପର୍ଯ୍ୟନ୍ତ କଟକଣା ସମାପ୍ତ ଲାଗି ନିଷ୍ପତ୍ତି ହୋଇଛି । ଏଥିରେ ତେବେ ମାସ୍କ ନ ପିନ୍ଧିଲେ ଲୋକଙ୍କୁ ୫୦୦ ଟଙ୍କା ଜରିମନା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଦିଲ୍ଳୀର ସ୍କୁଲ ଗୁଡ଼ିକ ଏବେ ୧୦୦ % କ୍ଷମତା ସହ ଖୋଲିପାରିବ ବୋଲି କୁହାଯାଇଛି । ସୋମବାରଠାରୁ ବସ୍ ଓ ମେଟ୍ରୋରେ ଛିଡ଼ା ହୋଇ ଯାତ୍ରା ଲାଗି ଅନୁମତି ମିଳିବ । ସେହିପରି ଦିଲ୍ଲୀରେ ଦୋକାନ ଓ ମଲ ଖୋଲିବାର ସମୟ ସୀମା ମଧ୍ୟ ସମାପ୍ତ ହେବ । ସରକାରୀ କାର୍ଯ୍ୟାଳୟ ମଧ୍ୟ ଶତପ୍ରତିଶତ କ୍ଷମତାରେ ଖୋଲିବ ବୋଲି କୁହାଯାଇଛି ।

Leave a Reply

Your email address will not be published.