ପ୍ରାକୃତିକ ପରିବେଶ ବଞ୍ଚାଅ, ପ୍ଲାଷ୍ଟିକ ଉତ୍ପାଦନ ହଟାଅ: ଓଡିଶା ପଥ ବିକ୍ରେତା ସଂଘ

ଖଇରା, (ନାଗରାଜ ନ୍ୟୁଜ): ନ୍ୟାସନାଲ ହକର ଫେଡେରେଶନର ସପ୍ତାହବ୍ୟାପୀ ବୈପ୍ଲବିକ ଅଭିଯାନର ଅଂଶ ଭାବେ ଆଜି ବାଲେଶ୍ଵର କଲେକ୍ଟୋରେଟ ଠାରେ ଓଡିଶା ପଥ ବିକ୍ରେତା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାର ଯୋଗୁଁ ଗୁରୁତର ପ୍ରଦୂଷଣ ଜନିତ ମାନବ ସମାଜ ପ୍ରତି ବିପର୍ଯ୍ୟୟ ମାଡ଼ିଆସିଛି । ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ ହେଲେହିଁ ବ୍ରବହାର ବନ୍ଦ ହେବ । ପ୍ୟାରିସ ରାଜିନାମା ସ୍ଵାକ୍ଷର ପରେ ମଧ୍ୟ ଭାରତ ସରକାର ପେଟ୍ରୋକେମିକାଲସ ଦୃତ ବୃଦ୍ଧି କରାଇବା, ଫସିଲ ଇନ୍ଧନ ବନ୍ଦ ପାଇଁ ଚୁକ୍ତିବଦ୍ଧ ହେବା ପରେ ହିଁ ଭାରତ ସରକାର କୋଇଲାଖଣି ଏକତରଫା ଘରୋଇକରଣ କରାଇ ଆଖିବୁଜା କୋଇଲା ଖଣି ଖନନ ଓ ତାପଜ ବିଦ୍ୟୁତ ସମେତ ଫସିଲ ଇନ୍ଧନ ବ୍ୟବହାର ଵହୁଗୁଣିତ କରି ମାନବ ସଭ୍ୟତାକୁ ବିପନ୍ନ କରାଇଚାଲିଛନ୍ତି । ଏହା ବିରୁଦ୍ଧରେ ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ ଦାବିରେ କ୍ଷୟ ଉର୍ଜା ଉତ୍ପାଦନକୁ ଅଗ୍ରାଧିକାର ଦାବିରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଅଛି ।

ଆଜି ବାଲେଶ୍ଵର କଲେକ୍ଟୋରେଟ ସମ୍ମୁଖରେ କପଡା ବ୍ୟାନର ଧରି ଏହି ବିକ୍ଷୋଭ ନ୍ୟାସନାଲ ହକର ଫେଡେରେଶନର ରାଷ୍ଟ୍ରୀୟ ଅତିରିକ୍ତ ସାଧାରଣ ସମ୍ପାଦକ ତଥା ଓଡିଶା ପଥଵିକ୍ରେତା ସଂଘ ସଭାପତି ଜୟନ୍ତ ଦାସ, ବାଲେଶ୍ଵର ପଥବିକ୍ରେତା ସଂଘ ଉପ ସଭାପତି କମ୍ରେଡ୍ ଆବିଦ ଖାନ, ସମ୍ପାଦକ କମ୍ରେଡ୍ ମୋହିନୀ ମୋହନ ପରିଡା, ଟିଭିସି ସଦସ୍ୟ ଟିପିରୀ ସିଂ, ରାମ ଚନ୍ଦ୍ର ପରିଡା,ସୁଧାଂଶୁ ଶାହା,ରାମ ଚନ୍ଦ୍ର ପୃଷ୍ଟି, ସେକ୍ ଇସ୍ଲାମ, ଜୟନ୍ତୀ ଦାସ, ହରେକୃଷ୍ଣ ଦାସ, ମହମ୍ମଦ ମୁସ୍ତାଫା,ରତନ କୁମାର ଗିରି,ସୁମନ୍ତ ଦାସ, ଅଜିଜୁଲ ରହେମନ, ରତ୍ନାକର ଦାସ, ସେକ୍ ସଦ୍ଦାମ ଓ କୈଳାସ ଦାସ ଇତ୍ୟାଦି ନେତୃତ୍ଵ ନେଇଥିଲେ । ପ୍ଲାଷ୍ଟିକ ଉତ୍ପାଦନ ଵନ୍ଦ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published.