ମାରିଆ ଓ ଡିମିଟ୍ରିଙ୍କୁ ମିଳିବ ନୋବେଲ ପୁରଷ୍କାର

ନାଗରାଜ ନ୍ୟୁଜ: ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ୨୦୨୧ ଘୋଷଣା କରାଯାଇଛି । ଚଳିତ ବର୍ଷ ଫିଲିପାଇନ୍ସର ସାମ୍ବାଦିକ ମାରିଆ ରେସା ଓ ଋଷର ଡିମିଟ୍ରି ମୁରାଟୋଭଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ଅଭିବ୍ୟକ୍ତିର ସ୍ୱାଧୀନତା ରକ୍ଷା ପାଇଁ ଉଦ୍ୟମ ପାଇଁ ଉଭୟଙ୍କୁ ଏହି ପୁରସ୍କାର ଘୋଷଣା କରାଯାଇଛି।

ଶୁକ୍ରବାର ଦିନ ନରୱେର ଓସଲୋରେ ଆୟୋଜିତ ଏକ ବୈଠକରେ ନୋବେଲ ଚୟନ କମିଟି ଏହା ଘୋଷଣା କରିଛି । କମିଟି କହିଛିଯେ, ମାରିଆ ରେସା ଓ ଡିମିଟ୍ରି ମୁରାଟୋଭ ବିଶ୍ୱରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କମିଟି ଅନୁଯାୟୀ ଯେକୈାଣସି ଗଣତନ୍ତ୍ର ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଅଭିବ୍ୟକ୍ତିର ସ୍ୱାଧୀନତା ହେଉଛି ଗୁରୁତ୍ୱପୂର୍ଣ୍ଣ କାରଣ ।

Leave a Reply

Your email address will not be published.