କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ପାଟଣାଗଡ, (ନାଗରାଜ ନ୍ୟୁଜ): ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ କିସ ଆଦିବାସୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନଙ୍କୁ ଚତୁର୍ଦ୍ଧଶ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । କରୋନା ମହାମାରୀ ଜନିତ କଟକଣାରେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡା. ଅଚ୍ୟୁତ ସାମନ୍ତ କିସର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା,  ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ଅନବରତ ଜାରି ରଖିବା କାର୍ଯ୍ୟକ୍ରମ ହାତକୁ ନେଇ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି ।

 

କରୋନା କଟକଣା ପରିସ୍ଥିତିରେ କିସ ଛାତ୍ରଛାତ୍ରୀମାନଙ୍କୁ ନିରବିଛିନ୍ନ ପୁରାପୁରି ମାଗଣା ଶିକ୍ଷା ଦାନ ପାଇଁ କିସ ତରଫରୁ ଅନଲାଇନ ଲାଇଭ କ୍ଲାସ ଓ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି । କିସ କିଟ ପ୍ରତିଷ୍ଠାତା ଡା. ଅଚ୍ୟୁତ ସାମନ୍ତଙ୍କ ଅବଦାନ ଫଳରେ ତ୍ରୟୋଦଶ ପର୍ଯ୍ୟାୟ ତଥା ୨୦୨୧ ଚଳିତ ନୂତନ ଶିକ୍ଷା ବର୍ଷର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର ଆଦି ସମସ୍ତ ବ୍ଲକରେ ବଣ୍ଟନ କରାଯାଇଛି ।

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ବ୍ଲକ ସଭାପତି ଅଷ୍ଟରତ୍ନ ବରିହା,ବିପ୍ର ବିଶି , ପଦ୍ମନ ପ୍ରଧାନୀ, ଶରତ ଚନ୍ଦ୍ର ସିଂ ଭୋଇ, ଦୁଃଖିଶ୍ୟାମ ଭୋଇ, ଘିମାନନ୍ଦ ଭୋଇ, ଖେଳନ୍ତି ସମରଥ, ବଳଦେବ ଭୋଇ, ଶ୍ୟାମ ସୁନ୍ଦର ଭୋଇ, ସନ୍ତୋଷ ପୁଟା, ଘନଶ୍ୟାମ ପ୍ରଧାନୀ, ଶ୍ରୀମତୀ ବନଲତା ମାଝି, ଚୌବନ କିଶୋର ମାଝି, ସୁଦାମ ଚରଣ ଭୋଇ, ଡମ୍ବରୁ ଧରୁଆ, ସାରଥୀ ବାଗ, ଭୂପାଲ ବିଶ୍ୱାଳ, ମନବୋଧ ବରିହା, ଅଚୁତ ଧରୁଆ, ବିକ୍ରମ ଭୋଇ, ବିଜୟ କାଳସାଏ, ରାଜୀବ କୁଅଁର, ଘନ ଭୋଇ, ଟିକେଶ୍ୱର ଧରୁଆ, ଧରମସିଂ ଧରୁଆ, ଦଶରଥ ଛତ୍ରିଆ ଓ ଗିରିଧାରୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.