ଅଦରକାରୀ ସ୍କୁଟର ଇଞ୍ଜିନ ସାଜିଲା କୃଷକର ବନ୍ଧୁ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଅଦରକାରୀ ସ୍କୁଟର ଇଞ୍ଜିନ ସାଜିଲା କୃଷକର ବନ୍ଧୁ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଦେଖିବାକୁ ମିଳିଛି । ଘଟଣାରୁ ଜଣାଯାଇଛିଯେ, ଖଇରା ପଞ୍ଚାୟତ କଣ୍ଟିଗଡିଆ ଗ୍ରାମର ଭାସ୍କର ମହାରଣା, ଯାହାଙ୍କର ଖଇରା ବଜାରରେ ଏକ କମାରଶାଳ ଦୋକାନ ରହିଛି । ନିଜର କାରିଗରୀ ଶିକ୍ଷା ବଳରେ ସମସ୍ତଙ୍କୁ ଉତ୍ତମ ସେବା ପ୍ରଦାନ କରି ସେ ପ୍ରିୟପାତ୍ର ହୋଇପାରିଛନ୍ତି । ଶିକ୍ଷା ସମାପ୍ତ ପରେ ଶାଳ କାମରେ ଦେଇଛନ୍ତି ମନ । ପୂର୍ବ ଚିନ୍ତିତ ବୈଜ୍ଞାନିକ ବୁଦ୍ଧିକୁ କାର୍ଯ୍ୟରେ ଲଗାଇ ହୋଇଛନ୍ତି ସଫଳ ।

 

ପ୍ରକାଶ ଥାଉକି ମହାରଣା ଜଣେ ଦକ୍ଷ କାରିଗର । ସାମ୍ପ୍ରତିକ କରୋନା ମହାମାରୀ ସମୟରେ ନିଜର ବୈଜ୍ଞାନିକ ବୁଦ୍ଧି ବଳରେ ଏକ ପୁରୁଣା ଅଦରକାରୀ ସ୍କୁଟର ଇଞ୍ଜିନକୁ ବ୍ୟବହାର କରି ତିଆରି କରିଛନ୍ତି ପାୱାର ଟେଲର । ଯାହା କୃଷକର ବନ୍ଧୁ ପାଲଟିଛି । ଉକ୍ତ ପାୱାର ଟେଲର ସାହାଯ୍ୟରେ ମହାରଣା ନିଜର ସମସ୍ତ ଜମି ଚାଷ କରିଛନ୍ତି । ଜମି ହଳ ହୋଇପାରୁଛି । ପାଖ ପଡୋଶୀ ମହାରଣାଙ୍କ ପାୱାର ଟେଲର ନେଇ ଚାଷ କାର୍ୟ୍ୟ କରୁଛନ୍ତି । ଖବରପାଇ ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କଣ୍ଟିଗଡିଆ ଗ୍ରାମରେ ପହଞ୍ଚି ଏପରି ପାୱରଟେଲର ଦେଖି ବହୁତ ଖୁସି ହେବା ସହିତ ନିର୍ମାଣ ସମ୍ବନ୍ଧରେ ପଚାରି ବୁଝିଥିଲେ । ମହାରଣା ଆଗକୁ ଆହୁରି ଏହିପରି ଅନେକ କିଛି ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.