ସୁରକ୍ଷାବାହିନୀ ଏନକାଉଣ୍ଟରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ମଲୂରା ପରିମପୋରା ଅଂଚଳରେ ସୁରକ୍ଷାବାହିନୀ ଯବାନଙ୍କର ଏନକାଉଣ୍ଟରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି । କଶ୍ମୀର ଜୋନ ପୋଲିସ ଅନୁସାରେ ନିହତ ଆତଙ୍କବାଦୀର ନାମ ଅବରାର । ସେ ଆତଙ୍କବାଦୀ ଲଶ୍କର-ଏ-ତଏବାର ଶୀର୍ଷସ୍ତରର କମାଣ୍ଡର ଥିଲା । ଏନକାଉଣ୍ଟରରେ ଜଣେ ସହଯୋଗୀ କମାଣ୍ଡର, ସବଇନ୍ସପେକ୍ଟର ଏବଂ ସିଆରପିଏଫର ଜଣେ ଯବାନ ଆହତ ହୋଇଛନ୍ତି । 

ସେ ଘାଟିରେ ଲଶ୍କରର ଶୀର୍ଷ କମାଣ୍ଡର ଥିଲା । ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବ୍ୟାପକ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳି-ବାରୁଦ ଜବତ କରଛି । ଏହା ବ୍ୟବୀତ ରିପୋର୍ଟ ଲେଖାଯିବା ବେଳକୁ ସର୍ଚ୍ଚ ଅପରେଶନ ଜାରି ରଖିଛି । 

ସେନା ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଆତଙ୍କବାଦୀଙ୍କ ସହିତ ଏନକାଉଣ୍ଟର ଜାରି ରହିଛି ଏବଂ ଯବାନମାନେ ଏହାର କଡ଼ା ଜବାବ ଦେଉଛନ୍ତି । ବିଗତ ସନ୍ଧ୍ୟା ଠାରୁ ଆରମ୍ଭ ହୋଇଥିବା ଅପରେଶନ ଜାରି ରହିଛି । ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । 

Leave a Reply

Your email address will not be published.