ଜଣେ ଆତଙ୍କବାଦୀ ଗିରଫ, ୫ କିଲୋ ବିସ୍ଫୋରକ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀର ବ୍ୟାପକ ବ୍ୟବସ୍ଥା ପରେ ମଧ୍ୟ ଆତଙ୍କବାଦୀମାନେ ସକ୍ରିୟ ରହୁଛନ୍ତି । ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରକୁ ପୁଣି ଅସ୍ଥିର କରିବାକୁ ଉଦ୍ୟମ ଚଳାଇଛନ୍ତି । ଜମ୍ମୁ କଶ୍ମୀର ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି । ପୋଲିସ ଆତଙ୍କବାଦୀ ଠାରୁ ୫ କିଲୋ ବିସ୍ଫୋରକ ସାମଗ୍ରୀ ଜବତ କରିଛି ।

ଜମ୍ମୁ କଶ୍ମୀର ପୋଲିସ ଆତଙ୍କବାଦୀକୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ପୋଲିସର ସୂଚନା ଅନୁସାରେ ନୱାଲ ଅଂଚଳରୁ ଆତଙ୍କବାଦୀକୁ ଗିରଫ କରାଯାଇଛି । ଶନିବାର ସେମାନେ ଶ୍ରୀନଗରର ବରବରଶାହ ଅଂଚଳରେ ଏକ ସିଆରପିଏଫ ବଙ୍କର ଉପରେ ବୋମାମାଡ଼ କରିଥିଲେ । ଏଥିରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ । 

Leave a Reply

Your email address will not be published.