ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ, ସତର୍କ ରହିବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଲୋକଙ୍କୁ ସତର୍କ କରାଇ ପ୍ରଧାନମନ୍ତ୍ରୀ କହିଛନ୍ତିଯେ, କବଚ ଯେତେ ଭଲ ହେଉନା କାହିଁକି, କବଚ ଯେତେ ଆଧୁନିକ ହେଉନା କାହିଁକି ଯଦିଓ କବଚ ସୁରକ୍ଷାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ରହିଛି, କିନ୍ତୁ ଯେତେବେଳ ଯାଏ ଯୁଦ୍ଧ ଚାଲିଛି ସେ ଯାଏ କବଚ ଫୋପାଡିବା ଉଚିତ ନୁହେଁ । ମୁଁ ଅନୁରୋଧ କରୁଛି ଯେ ଆମ ପର୍ବକୁ ଅତି ଯତ୍ନର ସହିତ ପାଳନ କରନ୍ତୁ । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତିଯେ, ଭାରତ ୧୦୦ କୋଟି କୋଭିଡ ଟିକାକରଣର ଲକ୍ଷ୍ୟକୁ ହାସଲ କରିଛି । ୧୦୦ କୋଟି କୋଭିଡ ଟିକାକରଣ ସଫଳତାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତଯେ, କରୋନା ଅବଧିରେ, କୃଷି କ୍ଷେତ୍ର ଆମ ଅର୍ଥନୀତିକୁ ଦୃଢ ରଖିଛି । ଆଜି ରେକର୍ଡ ସ୍ତରରେ ଖାଦ୍ୟ ଶସ୍ୟ କ୍ରୟ କରାଯାଉଛି । ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି। ଟୀକାକରଣର ବୃଦ୍ଧି ସହିତ ପ୍ରତ୍ୟେକ କ୍ଷେତ୍ରରେ ସକରାତ୍ମକ କାର୍ୟ୍ୟକଳାପ ତ୍ୱରାନ୍ୱିତ ହେଉଛି । ମେଡ ଇନ ଇଣ୍ଡିଆ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ପ୍ରତ୍ୟେକ ଛୋଟ ଜିନିଷ, ଯାହା ମେଡ ଇନ ଇଣ୍ଡିଆ, ଯାହାକୁ ତିଆରି କରିବାରେ ଜଣେ ଭାରତୀୟ କେତେ କଷ୍ଟ ସହିଛି, ଏହାକୁ କିଣିବା ଆମର ଜିଦ ହେବା ଉଚିତ । କେବଳ ସମସ୍ତଙ୍କ ଉଦ୍ୟମ ଦ୍ୱାରା ଏହା ସମ୍ଭବ ହେବଭାରତୀୟଙ୍କ ଦ୍ୱାରା ନିର୍ମିତ ଜିନିଷ କିଣିବା ପାଇଁ ଭୋକାଲ ଫର ଲୋକାଲ ହେବାକୁ ହେଲେ ଆମକୁ ଏହାକୁ ଅଭ୍ୟାସ କରିବାକୁ ପଡିବ ।

Leave a Reply

Your email address will not be published.