ଟ୍ୱିଟର ଓ କେନ୍ଦ୍ର ମଧ୍ୟରେ ବଢୁଛି ବିବାଦ

ନୂଆଦିଲ୍ଲୀ: ଟ୍ଵିଟର ଓ କେନ୍ଦ୍ର ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଓ ମାଇକ୍ରୋ ବ୍ଲିଗିଂ ପ୍ଲାଟଫର୍ମ ଟ୍ୱିଟର ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପ୍ରମୁଖ ଆରଏସଏସ ନେତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ଟ୍ୱିଟର ହଟାଇବା ପରେ ଏହି ବିବାଦ ଏବେ ଅନ୍ୟ ଦିଗ ନେଇଛି । ତେବେ ଜାତୀୟ ଟିଭି ଚ୍ୟାନେଲରେ ଏହାକୁ ନେଇ ତର୍କ ଆରମ୍ଭ ହେବା ଦେଖି ଟ୍ୱିଟର ଏବେ ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଆକାଉଣ୍ଟରେ ପୁଣିଥରେ ବ୍ଲୁ ଟିକ୍ ମାର୍କ ଲଗାଇ ଦେଇଛି।

ତତସହିତ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ଟ୍ୱିଟରର ଏଭଳି ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଦେଶର ଦ୍ୱିତୀୟ ବ୍ୟକ୍ତିଙ୍କ ସହିତ ଟ୍ୱିଟର ଏଭଳି କରିବା ଆଦୌ ଗ୍ରହଣୀୟ ନୁହେଁ। ଉପରାଷ୍ଟ୍ରପତି କୌଣସି ରାଜନୀତିକ ବ୍ୟକ୍ତିବିଶେଷ ନୁହଁନ୍ତି । ସେ ରାଜନୀତିର ଉର୍ଦ୍ଦ୍ବରେ ରହି ସାମ୍ୱିଧାନିକ ପଦବୀରେ ରହିଛନ୍ତି ବୋଲି ଆଇଟି ମନ୍ତ୍ରାଳୟ କହିଥିବା ସୂଚନା ରହିଛି। ଟ୍ୱିଟର ବ୍ଲୁ ଟିକ୍ ମାର୍କ ହଟାଇବା ମନ୍ଦ ଉଦ୍ଦେଶ୍ୟକୁ ସୂଚାଇଛି। ଆମେରିକାରେ ସାମ୍ୱାଧାନିକ ପଦବୀରେ ବସିଥିବା ଲୋକଙ୍କ ସହ ଏଭଳି କରିପାରିବକି, ବୋଲି ସରକାର ଟ୍ୱିଟରକୁ ପ୍ରଶ୍ନ କରିଛନ୍ତି। ଯଦି ଏଭଳି କରି ଟ୍ୱିଟର ଭାରତ ସରକାରଙ୍କ ଧୈର୍ଯ୍ୟ ପରୀକ୍ଷା କରୁଥିବା ତାହେଲେ ଏହା ଠିକ୍ ନୁହେଁ ବୋଲି ସରକାର କହିଛନ୍ତି।

ଯଦି ଉପରାଷ୍ଟ୍ରପତି ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଅନେକ ଦିନ ହେବ ଟ୍ୱିଟ୍ କରିନଥିବାରୁ ଏଭଳି ହୋଇଛି ତାହାଲେ ସୁଷମା ସ୍ୱରାଜ ଏବଂ ଅରୁଣ ଜେଟଲୀଙ୍କର ଆକାଉଣ୍ଟରୁ କେମିତି ବ୍ଲୁ ଟିକ୍ ମାର୍କ ହଟିନି ବୋଲି କେନ୍ଦ୍ର କହିଥିବା ସୂଚନା ରହିଛି।

ସେହିପରି ଆରଏସଏଏସ ମୁଖ୍ୟ ମୋହନ ଭାଗବତ, ପ୍ରମୁଖ ନେତା ସୁରେଶ ଜୋଶୀ, କୃଷ୍ଣଗୋପାଳ, ସୁରେଶ ସୋନୀ ଏବଂ ଅଖିଳ ଭାରତୀୟ ପ୍ରଚାରର ପ୍ରମୁଖ ଅରୁଣ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ହଟାଇ ଦେଇଛି।

Leave a Reply

Your email address will not be published.