୧୧ ବର୍ଷ ପରେ ମିଳିଲା ମୃତ ଶିକ୍ଷକଙ୍କ ପ୍ରାପ୍ତ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୂବନେଶ୍ବର: ମୃତ୍ୟୁର ୧୧ ବର୍ଷ ପରେ ମିଳିଲା ଶିକ୍ଷକଙ୍କୁ ପ୍ରାପ୍ତ । ଶେଷରେ ମିଳିଲା ଅବସରକାଳୀନ ଦେୟ ଓ ପେନସନ୍ । ପ୍ରଫୁଲ୍ଲା ଚନ୍ଦ୍ର ମହାନ୍ତି ନାମକ ଜଣେ ଶିକ୍ଷକଙ୍କୁ‌ ଏହି ସବୁ ସୁବିଧା ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ସୂଚନା ଅନୁଯାୟୀ ସାଲିପୁର ଅଞ୍ଚଳର ଏହି ବ୍ୟକ୍ତି ଜଣକ ଟାଇମ୍ ବାଉଣ୍ଡ ଅଡଭାନ୍ସମେଣ୍ଟ ସ୍କେଲ ହାରରେ ଦରମା ପାଇବା ଲାଗି ୧୯୯୯ ମସିହାରେ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ ।

ଶେଷରେ କୋର୍ଟ ରାଜ୍ୟ ସରକାରଙ୍କୁ ୧୫ ବର୍ଷ ସେବା ସମାପ୍ତ କରିଥିବାରୁ ଆବେଦନକାରୀଙ୍କ ସପକ୍ଷରେ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୪ ରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଥଲେଯେ, ଯେହେତୁ ଆବେଦନକାରୀ ସେବାରୁ ଅବସର ନେଇସାରିଛନ୍ତି, ତେଣୁ ତାଙ୍କର ଦରମା ସ୍ଥିର ହେବ ଏବଂ ତାଙ୍କର ପେନସନ୍ ଶେଷ ଦରମା ଆଧାରରେ ପ୍ରସାରିତ ହେବ ଯେଉଁ କାର୍ଯ୍ୟ ଆଗାମୀ ଛଅ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ ।

ତେବେ ରାଜ୍ୟ ସରକାର ଏହି ରାଚୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରାସ୍ତ ହୋଇଥିଲେ । କୋର୍ଟ ୨୦୧୮ ରେ ଏହି ଆବେଦନକୁ ଖାରଜ କରିଦେଇଥିଲେ ଏବଂ ସୁପ୍ରିମକୋର୍ଟଙ୍କ ଆଦେଶ ପୂର୍ବରୁ ୨୦୧୦ ରେ ପ୍ରଫୁଲ୍ଲ ମହାନ୍ତିଙ୍କର ଦେହାନ୍ତ ହୋଇଥିଲା । ଏହା ପରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଅଭିଯୋଗ କରି ପ୍ରଫୁଲ୍ଲାର ୮୩ ବର୍ଷିୟା ପତ୍ନୀ ମୀନଲତା ମହାନ୍ତି ପୁଣିଥରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଏବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅତ୍ୟଧିକ ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଆବେଦନକାରୀଙ୍କ ସପକ୍ଷରେ ରାଜ୍ୟ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ହାଇକୋର୍ଟଙ୍କ ରାୟ ପ୍ରଦାନ ବେଳେ କହିଛନ୍ତି ଯେ ବେଞ୍ଚ ପ୍ରଦାନ କରିଥିାବ ରାୟ ଦିନଠାରୁ ଅଭିଯୋଗ କାରି ଅତି କମରେ ୫% ସୁଧ ପାଇବାକୁ ହକଦାର, ଏହା ବାଦ ଅନାବଶ୍ୟକ ନିର୍ଯ୍ୟାତନା ପାଇଁ ମଧ୍ୟ ମକଦ୍ଦମା ଖର୍ଚ୍ଚ ହିସାବରେ ୧୦, ୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ହାଇକୋର୍ଟ ତାଙ୍କର ନିର୍ଦେଶରେ କହିଛନ୍ତି ।

Leave a Reply

Your email address will not be published.