ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ନେଇ ବସିବ ଗୁରୁତ୍ଵପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ନେଇ ବସିବ ଗୁରୁତ୍ଵର ବୈଠକ । ଏହି ବୈଠକରେ ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ସେଥିଲାଗି ଏକ ଉଚ୍ଚସ୍ତରୀୟ ଆଲୋଚନା କରାଯିବ । ସେହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପରୀକ୍ଷା ବୋର୍ଡର ଅଧ୍ୟକ୍ଷ ଭର୍ଚୁଆଲରେ ଆଲୋଚନା କରିବେ । ବୈଠକରେ ଯେଉଁସବୁ ପରୀକ୍ଷାକୁ ନେଇ ଅନିଶ୍ଚିତତା ରହିଛି ସେ ବାବଦରେ ଭାବରେ ଆଲୋଚନା ହେବ।

ବୈଠକରେ ପରୀକ୍ଷା ହେବ କିମ୍ବା ବାତିଲ କରାଯିବ, ସେନେଇ ଆଲୋଚନା କରାଯିବ । ଯଦି ପରୀକ୍ଷା ଆୟୋଜନ ହେବ ତେବେ ସମସ୍ତ ବିଷୟର ପରୀକ୍ଷା ହେବ କିମ୍ବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟର ପରୀକ୍ଷା ହେବ ।

ପରୀକ୍ଷା ବାତିଲ୍ କରାଗଲେ କିଭଳି ବିକଳ୍ପ ମୂଲ୍ୟାୟନ କରାଯିବ । ସିବିଏସଇ କର୍ତ୍ତୃପକ୍ଷ ମଧ୍ୟ ବୈଠକରେ କିଛି ପରାମର୍ଶ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ଅପରପକ୍ଷେ ଜେଇଇ ମେନ୍‌ ଦେବା ପାଇଁ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀ, ନିଟ୍‌ ଆଶାୟୀ ଓ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ଆଶାୟୀମାନେ ମଧ୍ୟ ତାଙ୍କ ବାବଦରେ ସ୍ପଷ୍ଟ ନିଷ୍ପତ୍ତି ହେବ ବୋଲି କୁହାଯାଉଛି ।

ଉକ୍ତ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ରହିବେ।

Leave a Reply

Your email address will not be published.