ସେବା ଦଳର‌ ମହାନତା

ରାଜଗାଙ୍ଗପୁର: କରୋନାର ଦ୍ୱିତୀୟ ଲହର ଜନସାଧାରଣ ଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ସଚେତନ ହିଁ ଏକମାତ୍ର ସୁରକ୍ଷା ବୋଲି ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି । ନିରୀହ ଆଦିବାସୀ ଲୋକମାନେ ମାନେ କରୋନା କଣ ଜାଣିପାରୁନାହାନ୍ତି, ଯାହା ଫଳରେ ଅସମୟରେ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । ନିରୀହ ଆଦିବାସୀ ଲୋକଙ୍କୁ ସଚେତନ କରାଇବା ପାଇଁ ଆଦିବାସୀ ଭାଷାରେ “ରାଜଗାଙ୍ଗପୁର ସେବା ଦଳ” ର ସଦସ୍ୟ ତଥା ପୂର୍ବତନ ପରିଷଦ ସଭ୍ୟ ଶ୍ରୀ ଅମରୁଷ ବାଖଲା ଓ ସେବା ଦଳ ର ସଦସ୍ୟ ମାନେ ଚେଷ୍ଟା ଜାରୀରଖିଛନ୍ତି । ତାଙ୍କ ପାଖକୁ ଯାଇ ଅମ୍ଳଜାନ ମାତ୍ରା, ଦେହର ତାପମାତ୍ରା ପରୀକ୍ଷା କରୁଛନ୍ତି । ସଂକ୍ରମିତ ପରିବାର ଘରକୁ ଯାଇ ସାନିଟାଇଜେସନ କରି ମାସ୍କ ବଣ୍ଟନ କରାଯାଉଛି । କୋଭିଡ ଲକ୍ଷଣ ଥିବା ଲୋକଙ୍କୁ ତୁରନ୍ତ କୋଭିଡ ସେଣ୍ଟରେ ଟେଷ୍ଟିଂ କରାଇବା ବ୍ୟବସ୍ଥା କରାଯାଇଛି ।

 

Leave a Reply

Your email address will not be published.