ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଟୁଇଟର ଆକାଉଣ୍ଟ ସସ୍ପେଣ୍ଡ୍

ମୁମ୍ବାଇ: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ପରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାଓ୍ବତଙ୍କ ଟୁଇଟର ଆକାଉଣ୍ଟକୁ ସସ୍ପେଣ୍ଡ୍ କରିଦିଆ ଯାଇଛି । ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ତୃଣମୁଳ କଂଗ୍ରେସ ବିଜୟକୁ ନେଇ ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ପରେ ଟ୍ୱିଟର କମ୍ପାନୀ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

ପୁର୍ବରୁ ଟ୍ୱିଟର ଗାଇଡଲାଇନ ଭଙ୍ଗ କରିବା ପାଇଁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ସସ୍ପେଣ୍ଡ୍ କରିଦିଆ ଯାଇଥିଲା । ଚଳିତ ବର୍ଷ ତାଣ୍ଡବ ସିରିଜ୍ ଉପରେ ଉତ୍ତେଜନାମୂଳକ ମନ୍ତବ୍ୟ ପାଇଁ ଟ୍ୱିଟର କମ୍ପାନୀ ପକ୍ଷରୁ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ କିଛି ସମୟ ପାଇଁ ବନ୍ଦ କରିଦିଆ ଯାଇଥିଲା ।

ତେବେ ଏ ନେଇ ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ଯେଉଁ ମାନେ କମ୍ପାନୀର ଗାଇଡଲାଇନକୁ ଭଙ୍ଗ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ମୁକ୍ତ ଭାବରେ ନିଜର ଭାବ ଅଭିବ୍ୟକ୍ତି ପ୍ରକାଶ କରିବେ ସେମାନଙ୍କୁ ଆମେ ସ୍ୱାଗତ କରିବୁ । ଏନଡିଟିଭିକୁ ଟ୍ୱିଟର କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆମର ଅପବ୍ୟବହାର ଆଚରଣ ନୀତିରେ ବର୍ଣ୍ଣିତ ହୋଇଛି କେହି କାହାକୁ ଟାର୍ଗେଟରେ ନିର୍ଯ୍ୟାତନା ଦେଇ ପାରିବେ ନାହିଁ କିମ୍ବା ଅନ୍ୟ ଲୋକଙ୍କୁ ଏହା କରିବାକୁ ଉତ୍ସାହିତ କରିପାରିବେ ନାହିଁ ବୋଲି ବର୍ଣ୍ଣିତ ହୋଇଛି ।

କଙ୍ଗନା ପୁର୍ବରୁ ଏହିପରି ଭାବରେ ବିଭିନ୍ନ ବ୍ୟକ୍ତି ଓ ଅନେକ ବିଷୟ ଉପରେ ନିଜର ମତାମତ ଦେଉଥିଲା ବେଳେ ଭିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହିତ କଙ୍ଗନାଙ୍କର ମତାନ୍ତର ହୋଇ ସାରିଛି ।

Leave a Reply

Your email address will not be published.