ମହାନଦୀ ଜଳବିବାଦ ପ୍ରସଙ୍ଗ: ୬ ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ କରିବାକୁ ଜାରୀ କଲା ଟ୍ରିବ୍ୟୁନାଲ୍‌

ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବହୁବାର ମହାନଦୀ ଜଳ ବିବାଦ ନେଇ ବିତର୍କ ଲାଗି ରହିଛି । ଏହାର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ମହାନଦୀ ଅବବାହିକା ସଂପର୍କିତ ନଥିପତ୍ର ଦାଖଲ ପାଇଁ ୧୭ଟି କେନ୍ଦ୍ରୀୟ ସଂସ୍ଥା ମଧ୍ୟରୁ ୧୩ଟିକୁ ୬ ଥର ନୋଟିସ୍‌ ଜାରି କରିଥିଲା । ଏବେ କିଛି ତଥ୍ୟ ଦାଖଲ ହୋଇଥିବା ଜଣାପଡିଛି। ଯେଉଁ କେନ୍ଦ୍ରୀୟ ସଂସ୍ଥା ବର୍ତ୍ତମାନ ସୁଦ୍ଧା ତଥ୍ୟ ଦେଇନାହାନ୍ତି କିମ୍ବା ଆଂଶିକ ତଥ୍ୟ ଦୁଇ ରାଜ୍ୟକୁ ଯୋଗାଇଛନ୍ତି, ସେମାନଙ୍କୁ ସଂପୂର୍ଣ୍ଣ ତଥ୍ୟ ଛଅ ସପ୍ତାହରେ ଯୋଗାଇଦେବା ପାଇଁ ଟ୍ରିବ୍ୟୁନାଲ୍‌ ଗତ ଶନିବାର ଶୁଣାଣିରେ ନୋଟିସ୍‌ ଜାରି କରିଥିଲେ।

କେନ୍ଦ୍ରୀୟ ଜଳ ଆୟୋଗ ଦ୍ବାରା ୨୦୦୨ରୁ ୨୦୧୯ ପର୍ଯ୍ୟନ୍ତ ୱାଟର୍‌ ଇୟର୍‌ ବୁକ୍‌ ଟ୍ରିବ୍ୟୁନାଲ୍‌କୁ ‌ଯୋଗାଇ ଦିଆଯାଇଥିଲା । ଏହାକୁ ଟ୍ରିବ୍ୟୁନାଲ୍‌ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ପ୍ରଦାନ କରିନାହାନ୍ତି। ଅପରପକ୍ଷେ, କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ମହାନଦୀ ଅବବାହିକାରେ ଛତିଶଗଡ ଦ୍ବାରା ଛଅଟି ପ୍ରକଳ୍ପର ଡିଜାଇନ ଫ୍ଲଡ୍‌ ରିଭ୍ୟୁ ରିପୋର୍ଟକୁ ଟ୍ରିବ୍ୟୁନାଲ୍‌ରେ ଦାଖଲ କରାଯାଇଛି ଯାହାକୁ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି। ଟ୍ରିବ୍ୟୁନାଲ୍‌କୁ ସେଣ୍ଟ୍ରାଲ୍‌ ଗ୍ରାଉଣ୍ଡ୍‌ ୱାଟର୍‌ ବୋର୍ଡ ପକ୍ଷରୁ ଆଂଶିକ ତଥ୍ୟ ହସ୍ତଗତ ହୋଇଛି ତଥା ବଳକା ଦସ୍ତାବେଜ ଦାଖଲ ପାଇଁ ନୋଟିସ୍‌ ଜାରି କରାଯାଇଛି।

Leave a Reply

Your email address will not be published.