ଦୀର୍ଘଦିନର ଦାବି ପୂରଣ ହେଲା

ବାଙ୍କୀ: ଦୀର୍ଘଦିନର ଦାବିପରେ ଆଜି ବାଙ୍କୀ ବ୍ଲକ କେନ୍ଦୁପଲି ଗ୍ରାମ ସେବା ସମବାୟ ସମିତିର ଭୂମିପୂଜା ହୋଇଛି । ଗ୍ରାମରେ ଥିବା ବହୁ ବର୍ଷର ସେବା ସମବାୟ ସମିତି ଆଜବେଷ୍ଟ ଗୃହଟି ଭଗ୍ନ ଅବସ୍ଥାରେ ରହିଥିବାବେଳେ ଚାଷୀ ତଥା ସେବା ସମବାୟ କର୍ମଚାରୀ ଗୃହ ଭିତରକୁ ପ୍ରବେଶ କରିବାକୁ ପାଇଁ ଭୟ କରୁଥିଲେ । ଏନେଇ ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ନୂତନ ଗୃହ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା ।

ଆଜି ତାହା ସଫଳ ହେବାକୁ ଯାଉଛି । ନୂତନ ସେବା ସମବାୟ ଗୃହ ପାଇଁ ପଞ୍ଚାୟତ ପ୍ରାଙ୍ଗଣ ନିକଟରେ ଥିବା ସରକାରୀ ଜମିରେ ଭୂମିପୂଜା କରିଛନ୍ତି ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ ଓ ବିଭାଗୀୟ ବାଙ୍କୀ ଏଆରସେସ୍ ଅଧିକାରୀ । ଏଥରେ ଯୋଗଦେଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସହ ସ୍ଥାନୀୟ ଅଂଚଳ ବାସୀ । ଏହି ଗୃହଟି ଚାରିମାସ ମଧ୍ୟରେ ଶେଷ ହେବାର ଲକ୍ଷ ରହିଛି ବୋଲି କହିଛନ୍ତି ବିଭାଗୀୟ ଏଆରସେସ ଅଧିକାରୀ ଜ୍ୟୋତି ରଞ୍ଜନ ସେଠି । ଗୃହ ନିର୍ମାଣ ହେଲେ ଉକ୍ତ ପଂଚାୟତର ଲୋକଙ୍କ ବିଭିନ୍ନ କାମରେ ଆସିବ ଓ ଚାଷୀ ଉପକୃତ ହେବା ସହ ଖରିଫ ଋତୁରେ ଧାନ କିଣାବିକା କରିବା ପାଇଁ ମଣ୍ଡିରସୁବିଧା ମଧ୍ୟ ହେବ ବୋଲି ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନେ କହିଛନ୍ତି ।

Leave a Reply

Your email address will not be published.