ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଆତଙ୍କବାଦୀଙ୍କ ନଜର ବିଗତ କିଛି ହେବ ଜମ୍ମୁ କଶ୍ମୀର ଉପରେ ଏକକାଳୀନ ଲାଗିରହିଛି । ବୁଧବାର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହିତ ଆତଙ୍କବାଦୀ ମାନେ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଯାହା ଜଣେ ପୋଲିସ ଅଧିକାରୀ ଜାତୀୟ ଗଣମାଧ୍ୟମ ଆଗେ ପ୍ରକାଶ କରିଛନ୍ତି ।

ତାଙ୍କ କହିବା କଥା ଅନୁଯାୟୀ, ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ଆଧାରରେ ଯବାନମାନେ ଚିମେର ଗାଁକୁ ଘେରାବନ୍ଦୀ କରି ତଲାଶୀ ଅଭିଯାନରେ ଲାଗି ପଡ଼ିଥିଲେ । 

ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ଦେଖି ଆତଙ୍କବାଦୀମାନେ ବିଚଳିତ ହୋଇ ପଡ଼ିଥିଲେ ଏବଂ ଗୁଳି ମାରିବା ଆରମ୍ଭ କରିଦେଇଥିଲେ । ଆତଙ୍କବାଦୀଙ୍କ ଗୁଳିର କଡ଼ା ଯବାବ ଦେଇଥିଲେ ଭାରତୀୟ ଯବାନମାନେ । ପୋଲିସ ଅଧିକାରୀ କହିଛନ୍ତିଯେ, ଆରମ୍ଭରୁ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା । ପରେ କିନ୍ତୁ ଆଉ ଜଣେ ଆତଙ୍କବାଦୀକୁ ଗୁଳି କରାଯାଇଥିଲା । ଆତଙ୍କବାଦୀମାନଙ୍କର ପରିଚୟ ମିଳିପାରି ନାହିଁ । 

Leave a Reply

Your email address will not be published.