ଉତ୍ତରପ୍ରଦେଶରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି ବିଜେପି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ) : ଉତ୍ତରପ୍ରଦେଶରେ ପୁଣି ଥରେ ସରକାର ଗଢିବାକୁ ବିଜେପି ନିଜର ରଣନୀତି ପ୍ରସ୍ତୁତ କରିସାରିଛି । ସରକାରଙ୍କ ଠାରୁ ଆରମ୍ଭ କରି ଦଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ନିଜର ଆଧାର ବୃଦ୍ଧି କରିବାକୁ ଚେଷ୍ଟା ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ସୀତାପୁର ଗସ୍ତରେ ଯାଇ ପ୍ରାୟ ୪୮୫ କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପ ଆରମ୍ଭ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ପୂର୍ବ ସରକାରମାନଙ୍କୁ ଆକ୍ଷେପ କରିଥିଲେ ଏବଂ ତାଙ୍କ ସରକାର କରିଥିବା ବିକାଶମୂଳକ କାର୍ଯ୍ୟର ସବିଶେଷ ତଥ୍ୟ ଜନସାଧାରଣଙ୍କ ଆଗରେ ରଖିଥିଲେ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବାରବାଙ୍କି ପରିଦର୍ଶନ କରି ବିକାଶ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି ।

ପୂର୍ବ ସରକାରଙ୍କ ଉପରେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତିଯେ ପୂର୍ବରୁ ରାଜ୍ୟରେ ଗରିବ ଲୋକଙ୍କୁ ରାସନ ମିଳୁନଥିଲା ଏବଂ ସରକାରମାନେ ଶୋଇଥିଲେ । ଆମ ସରକାର ଗଠନ ହେବା ମାତ୍ରେ କୃଷକଙ୍କ ଋଣ ଛାଡ କରିବାକୁ ପ୍ରଥମ ନିଷ୍ପତ୍ତି ନିଆଯାଇଥିଲା ଏବଂ କୈାଣସି ଭେଦଭାବ ନକରି ୫ ଲକ୍ଷ ପର୍ୟ୍ୟନ୍ତ କୃଷକଙ୍କୁ ଋଣ ଛାଡ କରାଯାଇଥିଲା । ସମଗ୍ର ରାଜ୍ୟରେ ୮୬ ଲକ୍ଷ କୃଷକଙ୍କ ୩୬ ହଜାର କୋଟି ଋଣ ଛାଡ କରାଯାଇଥିଲା ।

Leave a Reply

Your email address will not be published.