ଥମିବାର ନାଁ ଧରୁନି କୃଷକ ଆନ୍ଦୋଳନ, ସଂସଦ ମୁହାଁ ଚାଷୀ

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି କୃଷକ ଆନ୍ଦୋଳନ । ଟିକ୍ରି ଏବଂ ସିନ୍ଧୁ ସୀମାରୁ କୃଷକ ମାନେ ଆସି ରାଜଧାନୀର ଜନ୍ତର ମନ୍ତରରେ ପହଞ୍ଚିଛନ୍ତି । ସରକାର ଆଣିଥିବା ତିନି କୃଷି ଅଧିନିୟମ ବିରୋଧରେ ବିରୋଧ କରୁଛନ୍ତି । ଏହାପରେ ସେମାନେ ସଂସଦ ଆଡକୁ ମଧ୍ୟ ଯିବେ । ତେବେ ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରି ଗତ ବର୍ଷ ନଭେମ୍ବରରୁ ଦିଲ୍ଲୀର ବିଭିନ୍ନ ସୀମାରେ ବସିଥିବା କୃଷକଙ୍କ ଦାବିକୁ ଧ୍ୟାନ ଦେବାକୁ କହିଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର କହିଛନ୍ତି ଯେ, ବିରୋଧୀ ଚାଷୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ଯଦି କୃଷକମାନେ ଆଇନ ଅନୁଯାୟୀ ନିଜର ସମସ୍ୟା ପ୍ରକାଶ କରନ୍ତି । ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ତିନୋଟି ବିବାଦୀୟ କୃଷି ବିଲ୍ ବିରୋଧରେ ସଂସଦ ବାହରେ କୃଷକମାନେ ଯୋଜନାବଦ୍ଧ ବିରୋଧ କରିବା ପୂର୍ବରୁ ଏହି ମନ୍ତବ୍ୟ ଦେଇଛନ୍ତି ।

ଏହାସହିତ ସେ ଗଣମାଧ୍ୟମକୁ ଏହା ମଧ୍ୟ କହିଛନ୍ତିଯେ, ଦେଶ ସାକ୍ଷୀ ଅଛି ଏହି କୃଷି ଆଇନଗୁଡିକ ଲାଭଦାୟକ ଏବଂ କୃଷକଙ୍କ ସପକ୍ଷରେ ଅଛି । ଆମର ଏହି ଆଇନଗୁଡିକ ବିଷୟରେ ଆଲୋଚନା ହୋଇସାରିଛି । ଯଦି ସେମାନେ ଆଇନ ସହିତ ସେମାନଙ୍କର ସମସ୍ୟା ପ୍ରକାଶ କରନ୍ତି, ତେବେ ଆମେ ଆଲୋଚନା କରିପାରିବା ।

Leave a Reply

Your email address will not be published.