ଫିଲ୍ମ ସିରିଏଲ ସୁଟିଙ୍ଗ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ ଦିନ ପ୍ରତିଦିନ ନିଜର ରେକର୍ଡ ଭାଙ୍ଗୁଛି । ଆବାଳବୃଦ୍ଧାବନିତା ତାର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛି ।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ ରଖିବାକୁ ସେ କହିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ। ଦୈନିକ ୧୦ ହଜାର ପାର୍ ହେଉଛି ସଂକ୍ରମଣ। ସେହିଭଳି ମୃତ୍ୟୁସଂଖ୍ୟାରେ ବି କୌଣସି ବ୍ରେକ ଲାଗୁନି । ତେଣୁ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published.