ଜୁନ୍ ୨୦ ତାରିଖ ଯାଏଁ ବଢିଲା ଲକଡାଉନ ଅବଦ୍ଧି

ଆନ୍ଧ୍ରପ୍ରଦେଶ: କରୋନା ମହାମାରୀ ପାଇଁ ପୂରା ଦେଶ ହନ୍ତସନ୍ତ ହେଉଛି । ଲକଡାଉନ, ସଟଡାଉନ ଓ ନାଇଟ କର୍ଫ୍ୟୁ ଏକ ମାତ୍ର ଉପାୟ ଭାବରେ ସମସ୍ତେ ଆପଣାଉଛନ୍ତି ।ଯାହା ପାଇଁ ଓଡିଶା ସରକାର ଜୁନ୍ ୧୭ ତାରିଖ ଯାଏଁ ଲକଡାଉନର ଅବଦ୍ଧିକୁ ବୃଦ୍ଧି କରିଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶ ସରକାର କୋଭିଡ କର୍ଫ୍ୟୁକୁ ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କର୍ଫ୍ୟୁ ଅବଧି କିନ୍ତୁ ଦିନକୁ ଦୁଇ ଘଣ୍ଟା ହ୍ରାସ କରାଯାଇଛି ଏବଂ ଜୁନ୍ ୧୦ ପରେ ଏହା ଦିନ ୨ରୁ ସକାଳ ୬ପର୍ଯ୍ୟନ୍ତ ବଳବତ୍ତର ରହିବ।

ପ୍ରଥମେ ମେ ୫ରେ ଲାଗୁ ହୋଇଥିବା କୋଭିଡ କର୍ଫ୍ୟୁ ଜୁନ୍ ୧୦ରେ ଶେଷ ହେବାର ଥିଲା କିନ୍ତୁ ମହାମାରୀ ପରିସ୍ଥିତି ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୱାଇ. ଜଗନ୍ ମୋହନ ରେଡ୍ଡୀ ଏହାକୁ ଆହୁରି ଦଶ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ।

ଏ ନେଇ ସିଏମଓ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତାରେ କୁହାଯାଇଛିଯେ, ସମସ୍ତ ସରକାରୀ କାର୍ଯ୍ୟାଳୟ ଜୁନ୍ ୨୦ରୁ ଦୈନିକ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।

ଗତ ଦୁଇ ସପ୍ତାହ ମଧ୍ୟରେ କରୋନାଭାଇରସ୍ ରୋଗରେ ଆନ୍ଧ୍ରପ୍ରଦେଶରେ ଉଲ୍ଲେଖନୀୟ ହ୍ରାସ ଘଟିଛି ଏବଂ ଦୈନିକ ସଂକ୍ରମଣ ପଜିଟିଭିଟି ହାର ମେ ମାସ ମଧ୍ୟଭାଗରେ ୨୫% ରୁ ବର୍ତ୍ତମାନ ୧୦%କୁ ଖସି ଆସିଛି।

Leave a Reply

Your email address will not be published.