ସେଲଫି ନେବା ହେଲା କାଳ, ଦୁଇ ସାଙ୍ଗଙ୍କ ଆକାଳ ମୃତ୍ୟୁ

ସୁନ୍ଦରଗଡ: ଦିନକୁ ଦିନ ସେଲଫି ନେବାବେଳେ ମୃତ୍ୟୁ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପରେ ଗୋଟିଏ କରୁଣ କାହାଣୀର ଫର୍ଦ ଯୋଡି ହେବାରେ ଲାଗିଛି । ଏଭଳି ଏକ ଘଟଣା ଆସିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଧିନସ୍ଥ କାନ୍ସବାହାଲ ଡ୍ୟାମରୁ । ଖବର ଅନୁସାରେ ରାଉରକେଲା ବାସନ୍ତୀ କଲୋନୀର ୪ଜଣ ସାଙ୍ଗ ଡ୍ୟାମ ବୁଲିବାକୁ ଆସିଥିଲେ।

ଡ୍ୟାମରେ ବୁଲାବୁଲି କରି ମୁଖ୍ୟ ଗେଟ୍ ନିକଟରେ ଦୁଇ ଜଣ ସାଙ୍ଗ ସେଲଫି ନେଉଥିବାବେଳେ ଅସାବଧାନତା ଯୋଗୁଁ ସେମାନେ ତଳକୁ ଖସି ପଡିଥିଲେ । ଏହା ଦେଖି ଅନ୍ୟ ସାଙ୍ଗମାନେ ପାଟି କରିବାରୁ ନିକଟରେ ଥିବା ଗ୍ରାମବାସୀମାନେ ଆସି ପାଣିରେ ଖୋଜାଖୋଜି କରି ସୁମନ୍ ଦେ ନାମକ ଯୁବକକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ । ବହୁ ଖୋଜାଖୋଜି ପରେ ଅନ୍ୟଜଣେ ଯୁବକର ପତ୍ତା ନମିଳିବାରୁ କାନ୍ସବାହାଲ ଫାଣ୍ଡିକୁ ଖବର ଦେଇଥିଲେ । ଏହାପରେ ଫାଣ୍ଡି ଅଧିକାରୀ ବିଜୟ ସିଂ , ରାଜଗାଙ୍ଗପୁର ଏସଡିପିଓ ଡକ୍ଟର ଶଶାଙ୍କ ଶେଖର ଦେ ଅଗ୍ନି ସମ ବାହିନୀକୁ ସାଙ୍ଗରେ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ ଦୀର୍ଘ ୫ଘଣ୍ଟା ଖୋଜାଖୋଜି କରିବା ପରେ ପ୍ରମୋଦର ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଇ ଦେଇଥିଲେ ।

ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.