ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କ୍ୟାସ କୋର୍ସର ଶୁଭାରମ୍ଭ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାସ କୋର୍ସର ଶୁଭାରମ୍ଭ କରିବେ । କରୋନା ସହିତ ଲଢ଼େଇ ଜାରି ରଖିଥିବା ସମ୍ମୁଖ ଯୋଦ୍ଧାଙ୍କ ଲାଗି ସ୍ୱତନ୍ତ୍ର ଭାବେ ଏକ କ୍ୟାସ କୋର୍ସ ପ୍ରସ୍ତୁତ କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଟୁଇଟ କରି କହିଛନ୍ତିଯେ, ଆସନ୍ତାକାଲି (ଜୁନ ୧୮) ପୂର୍ବାହ୍ନ ୧୧ଟାରେ କୋଭିଡ-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଯୋଦ୍ଧାଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କ୍ୟାସ କୋର୍ସର ଶୁଭାରମ୍ଭ କରିବି ।

ଏହି କାର୍ଯ୍ୟକ୍ରମ ଜରିଆରେ ଏକ ଲକ୍ଷରର ଅଧିକ କରୋନା ଯୋଦ୍ଧାଙ୍କୁ ପ୍ରଯୁକ୍ତିବିଦ୍ୟା ସଂପର୍କିତ ତାଲିମ ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ଏକ ବୟାନରେ ବୁଧବାର କୁହାଯାଇଥିଲା ଯେ, ୨୬ଟି ରାଜ୍ୟରେ ବ୍ୟାପିଥିବା ୧୧୧ ତାଲିମ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହି ଅବସରରେ କେନ୍ଦ୍ରୀୟ ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ମଧ୍ୟ ଉପସ୍ଥିତ ରହିବେ । 

Leave a Reply

Your email address will not be published.