ଉତ୍ତର ଓଡିଶାରେ ମୌସୁମୀ ପ୍ରଭାବରେ ଅଧିକ ବର୍ଷା

ଭୂବନେଶ୍ବର: ଉତ୍ତର ଓଡିଶାରେ ମୌସୁମୀ ପ୍ରଭାବରେ ଅଧିକ ବର୍ଷା ହେଉଛି । ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଘୂର୍ଣ୍ଣିବଳୟ ଏବଂ ଝାଡ଼ଖଣ୍ଡ ଉପର ଦେଇ ଯାଇଥିବା ଟ୍ରଫଲାଇନ ହେତୁ ଅଧିକ ବର୍ଷା ହେଉଛି । ରାଜ୍ୟରେ ଏବେ ମୌସୁମୀ ମଧ୍ୟ ସକ୍ରିୟ ରହିଛି ।

ତେଣୁ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉତ୍ତର ଉପକୂଳ ଓଡ଼ିଶାର ମଧ୍ୟମ ଧରଣର ବର୍ଷା ଆଶଙ୍କା କରିଛି ପାଣିପାଗ କେନ୍ଦ୍ର ।

ବିଶେଷତଃ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି ରହିଥିବା ପାମିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply

Your email address will not be published.