ଜମି ବିବାଦରୁ ରକ୍ତାକ୍ତ ସଂଘର୍ଷ

ବଲାଙ୍ଗିର : ଜମି ବିବାଦରୁ ରକ୍ତାକ୍ତ ସଂଘର୍ଷ । ଏଭଳି ଘଟଣା ଘଟିଛି ମୁରିବାହାଲ ବ୍ଲକ ଗୁଡିଘାଟ ସ୍ଥିତ ସାଲେପଡା ଗାଁ ରେ । ସୂଚନାଯୋଗ୍ୟଯେ, ଏହି ଗାଁର ଶଙ୍କର ମାଝୀ, ତ୍ରିନାଥ ମାଝୀ, କପିଳ ମାଝୀ, ଚିନ୍ତା ମଣି ମାଝୀ ଓ ଦୈତାରୀ ମାଝୀ ଏମାନେ ଆଗକାଳରୁ ତାଙ୍କ ଜମିକୁ ଚାଷ କରି ଆସୁଥିଲେ । କିନ୍ତୁ ଏବେ ତାଙ୍କ ଗାଁର ଅନ୍ୟ ଜାତି ର ଅଙ୍ଗତ ବନଛୋର, ସନ୍ତୋଷ ବନଛୋର, ଗିରିଧାରୀ ଘିଭେଲା, ଛବିଳ ବନଛୋର ଓ ସେହି ଗାଁ ର ପ୍ରାୟ ୩୦ରୁ ୪୦ଜଣ ଲୋକ ହଳଲଙ୍ଗଳ ଆଣି ମଦ୍ୟ ପାନ କରି ଜମି କୁ ହଳ କରୁଥିଲେ । କିନ୍ତୁ ଏହା ଦେଖି ଶଙ୍କର ମାଝୀ ଓ ତାଙ୍କ ଭାଇମାନେ ମନା କରିବାରୁ ତାଙ୍କ ସହ ମାରପିଟ କରିବା ସହିତ ଏକ ଧାରୁଆ ଟାଙ୍ଗୀଆରେ ଶଙ୍କର ମାଝୀଙ୍କ ଗୋଡ଼ରେ ଗୋଟିଏ ଚୋଟ ମାରିବା ସହିତ ତାଙ୍କ ଭାଇ ମାନଙ୍କୁବି ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି । ଏବେ ଶଙ୍କର ଓ ତାଙ୍କ ଭାଇ ମାନେ ଟିଟିଲାଗଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି, ଏହି ସବୁ ଅଣଆଦିବାସୀ ଲୋକମାନଙ୍କୁ ତୁରନ୍ତ ଗିରଫ ନ କଲେ ଆଗାମୀ ଦିନରେ ଥାନା ଘେରାଉ କରିବୁ ବୋଲି ଜିଲ୍ଲା ଆଦିବାସୀ ସଙ୍ଘ ତରଫରୁ ଚେତାବନି ଦିଆଯାଇଛି ।

ବଲାଙ୍ଗୀରରୁ ସୁବାସ ମାଝୀଙ୍କ ରିପୋର୍ଟ୍ ନାଗାରାଜ ନ୍ୟୁଜ

Leave a Reply

Your email address will not be published.