ରାଜ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟ ଅଧିକାରୀଙ୍କ ସହିତ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଦେଶରେ କୋଭିଡ-୧୯କୁ କିଭଳି ଭାବରେ ପରିଚାଳନା କରାଯାଉଛି, ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଲ୍ଡରେ କାର୍ଯ୍ୟରତ ବିଭିନ୍ନ ରାଜ୍ୟର ଅଧିକାରୀମାନଙ୍କ ସହିତ କଥା ହେବେ । ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଅଧିକାରୀମାନଙ୍କ ସହିତ କଥା ହେବା ସହ ଦେଶର କରୋନା ସ୍ଥିତି ଉପରେ ଅବଗତ ହେବେ । 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ, ବିହାର, ଆସାମ, ଚଣ୍ଡିଗଡ଼, ତାମିଲନାଡୁ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୋଆ, ହିମାଚଳପ୍ରଦେଶ ଓ ଦିଲ୍ଲୀର ଅଧିକାରୀମାନଙ୍କ ସହିତ କଥା ହେବେ । ସୂଚନାଯୋଗ୍ୟ, ମୋଦୀ ଯେଉଁ ଅଧିକାରୀମାନଙ୍କ ସହିତ କଥା ହେବେ ସେମାନେ ରାଜ୍ୟ ଓ ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅଛନ୍ତି । 

ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଧିକାରୀମାନଙ୍କ ସହିତ କଥା ହେବା ସମୟରେ ମୋଦୀ କରୋନା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେବେ । ସୂତ୍ର ଅନୁସାରେ ୯ଟି ରାଜ୍ୟର ୪୬ଟି ଜିଲ୍ଲାରୁ ଜିଲ୍ଲାପାଳମାନେ ମୋଦୀଙ୍କ ଏହି ବୈଠକରେ ଯୋଗ ଦେଇପାରନ୍ତି । ସେହିପରି ମୋଦୀ ଆଗାମୀ ୨୦ ତାରିଖରେ ୧୦ଟି ରାଜ୍ୟର ୫୪ ଜଣ ଅଧିକାରୀଙ୍କ ସହିତ ଚର୍ଚ୍ଚା କରିପାରନ୍ତି । 

Leave a Reply

Your email address will not be published.