ଦେଶରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ଆସ୍ୱସ୍ଥି ଭରା ଖବର ସାମ୍ନାକୁ ଆସିଛି । ଭାରତରେ କରୋନା ଭାଇରସର ୨ୟ ଲହର ହ୍ରାସ ପାଉଛି । ଲଗାତାର ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି । ସୋମବାର ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ତଳକୁ ଥିଲା । କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଏବେ ବି ୩୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨.୬ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । କୁହାଯାଉଛି ଯେ, ୨୮ ଦିନ ଭିତରେ ଏହା ହେଉଛି କମ ସଂକ୍ରମଣ । ଏହି ସମୟ ମଧ୍ୟରେ ୩୭୧୯ ଜଣ ଲୋକ ଜୀବନ ହାରିଛନ୍ତି । ନୂଆ ସଂକ୍ରମଣ କହ ହେବାର କାରଣ ହେଲା କେରାନା ସଂକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧.୫ ଲକ୍ଷ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

କରୋନା ସଂକ୍ରମଣ କିଛି ଦିନ ହେବ ଦେଶରେ ହ୍ରାସ ପାଉଛି । ଏହା ଦେଶବାସୀଙ୍କ ପାଇଁ ନିଶ୍ଚିତ ରୂପେ ଭଲ ଖବର । ଏବେ ଆମେରିକା ପରେ ଭାରତ ୨ୟ ସର୍ବାଧିକ ସଂକ୍ରମିତ ଦେଶ ପାଲଟିଛି । ଭାରତ ତଳକୁ ରହିଛି ବ୍ରାଜିଲ ।

Leave a Reply

Your email address will not be published.