୩ ରାଜ୍ୟକୁ ଜବାବ୍ ମାଗିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲଭ୍ ଜିହାଦ୍ ମାମଲା ନେଇ ୩ ରାଜ୍ୟକୁ ଜବାବ୍ ମାଗିଛନ୍ତି ସୁପ୍ରିମକୋର୍ଟ । ଦେଶରେ ଲଭ୍ ଜିହାଦ୍ ମାମଲା ବଢୁଥିବା ବେଳେ ରାଜ୍ୟ ମଧ୍ୟ ସେଥିରୁ ବାଦ ପଡିନାହିଁ ।ଏଭଳି ସ୍ଥିତିରେ ଓଡ଼ିଶା, ଛତିଶଗଡ ଓ ଜମ୍ମୁ-କାଶ୍ମୀରକୁ ସୁପ୍ରିମକୋର୍ଟ ଜବାବ୍ ମାଗିଛନ୍ତି । କିଛି ମାସ ହେଲା ଓଡ଼ିଶାରୁ ମଧ୍ୟ ଗୋଟିଏ ପରେ ଗୋଟିଏ ଲଭ୍ ଜିହାଦ୍ ମାମଲା ସାମ୍ନାକୁ ଆସୁଛି । ଏନେଇ ଏହି ୩ ରାଜ୍ୟରେ କାହିଁକି ଲଭ୍ ଜିହାଦ୍ ଭଳି ଘୃଣ୍ୟ ଅପରାଧ ବଢୁଛି ତାକୁ ନେଇ ୩ ରାଜ୍ୟର ରାଜ୍ୟ ସରକାରମାନଙ୍କୁ ଜବାବ୍ ମାଗିଛନ୍ତି ସୁପ୍ରିମକୋର୍ଟ ।

ଏକ ମାମଲାର ଶୁଣାଣୀ କରିବା ସମୟରେ ସୁପ୍ରିମକୋର୍ଟର ୩ ଜଣିଆ ବେଞ୍ଚ ବିଚାରପତି ୟୁ.ୟୁ. ଲଳିତ, ଅଜୟ ରସ୍ତୋଗୀ ଓ ଅନିରୁଦ୍ଧ ବୋସ ତିନି ରାଜ୍ୟଙ୍କୁ ନୋଟିସ୍ କରିବା ସହିତ ଜୁଲାଇ ୨୩ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ଓଡ଼ିଶାର ବ୍ରହ୍ମପୁର ଜଣେ ଦମ୍ପତିଙ୍କ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏଭଳି ରାୟ ଦେଇଛନ୍ତି । ବ୍ରହ୍ମପୁର ଜଣେ ଝିଅ ଫାର୍ମ୍ପାସିଷ୍ଟ ପଢିବା ସମୟରେ ଜମ୍ମୁ-କାଶ୍ମୀରର ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସି ତାଙ୍କୁ ଭଲ ପାଇ ବସିଥିଲେ କିଛି ବର୍ଷର ବ୍ୟବଧ୍ୟାନରେ ଉଭୟ ବିବାହ ମଧ୍ୟ କରିଥିଲେ ମାତ୍ର ଏବେ ଆଉ ଝିଅର ପତ୍ତା ମିଳୁନି ଯାହାକୁ ନେଇ ପରିବାର ଲୋକ ସୁପ୍ରିମକୋର୍ଟଙ୍କ ପାଖରେ ଦ୍ୱାରସ୍ଥ ହୋଇଛନ୍ତି ଓ ଧର୍ମ ପରିବର୍ତ୍ତନ କରି ଜୋର ଜବରଦସ୍ତୀ ତାଙ୍କ ଝିଅଙ୍କ ବିବାହ କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published.